Below header

କରୋନା ଲଢ଼େଇରେ ଥିଲେ କଟକ ଜିଲ୍ଲାପାଳ, ବାପାଙ୍କ ଦେହାନ୍ତ ପରେ ମଧ୍ୟ ଲାଗିପଡ଼ି ଥିଲେ ନିଜ କର୍ତ୍ତବ୍ୟରେ

କଟକ (କେ ନ୍ୟୁଜ୍‌) : କରୋନା ଲଢ଼େଇର ଜଣେ ସଚ୍ଚା ଯୋଦ୍ଧା ହେଉଛନ୍ତି କଟକ ଜିଲ୍ଲାପାଳ । ଆଜି ସକାଳେ ତାଙ୍କରି ବାସଭବନରେ ବାପାଙ୍କର ପରଲୋକ ହୋଇଗଲା । ହେଲେ ବାପାଙ୍କ ଅନ୍ତିମ ସଂସ୍କାର ତାଙ୍କ ପାଇଁ ଯେତିକି ଜରୁରୀ ଥିଲା ତାଠାରୁ ଅଧିକ ଜରୁରୀ ଥିଲା କରୋନା ବିରୋଧୀ ଲଢ଼େଇରେ ତାଙ୍କର ଭୂମିକା । ତେଣୁ ସେ ବାପାଙ୍କ ଶେଷକୃତ୍ୟ କାମକୁ ଛାଡ଼ି ନିଜ କର୍ତ୍ତବ୍ୟରେ ଲାଗିଥିଲେ । ଯାହା ବର୍ତ୍ତମାନ ସମୟରେ ଦାୟିତ୍ୱବୋଧର ଏକ ବଡ଼ ଉଦାହରଣ ସୃଷ୍ଟି କରିଛି ।

CTC COLLETER-2କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ପିତା ଦାମୋଦର ଚୟନୀଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ସେ ସକାଳ ୬ଟା ୫୫ ମିନିଟ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ଭବାନୀ ଶଙ୍କର ଚୟନୀ, ପତ୍ନୀ ଶ୍ରୀୟାରାଣୀ, କନ୍ୟା ଡାକ୍ତର ନିରୂପମା, ମନୋରମା, ସୁଷମା ଏବଂ ପୁତ୍ରବଧୂ ଲୀନୁ, ନାତି ନାତୁଣୀ, ଜ୍ୱାଇଁଙ୍କ ସମେତ ପରିବାରବର୍ଗ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।
ସ୍ବର୍ଗତ ଦାମୋଦର ଚୟନୀ ୧୯୨୨ ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ନରୁଆ ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ପୂର୍ବରୁ କଟକ ଜିଲ୍ଲାର ଆଠଗଡ଼ ଉପଜିଲ୍ଲାପାଳ ମଧ୍ୟ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଜିଲ୍ଳାର ସମସ୍ତ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ବାସଭବନରେ ପହଞ୍ଚି ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଦୂରତା ବଜାୟ ରଖି ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ଚୟନୀଙ୍କ ମରଶରୀରକୁ ଭୁବନେଶ୍ୱର ସ୍ଥିତ ବାସଭବନକୁ ନିଆଯାଇ ପୁରୀ ସ୍ୱର୍ଗଦ୍ୱାର ଠାରେ ନିରାଡ଼ମ୍ବର ଭାବରେ ଶେଷକୃତ୍ୟ କରାଯାଇଥିଲା।

CTC COLLETER-3

ପ୍ରଶାସକ ଭାବେ ନିଜ ଦାୟିତ୍ୱ ସାରିବା ପରେ ବାପାଙ୍କ ମରଶରୀରକୁ ନେଇ ପୁରୀ ଯାଇଥିଲେ ଏବଂ ମୁଖାଗ୍ନି ଦେଇଥିଲେ କଟକ ଜିଲ୍ଲାପାଳଭବାନୀଶଙ୍କର ଚୟନୀ `

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.