ଜିଓ, ଏୟାରଟେଲ Vodafone Idea ୟୁଜର୍ସ ଏଟିଏମରୁ କରିପାରିବେ ମୋବାଇଲ ନମ୍ବର ରିଚାର୍ଜ

ଲକଡାଉନକୁ ଧ୍ୟାନରେ ରଖି ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡ଼ିଆ ନିଜର ଗ୍ରାହକଙ୍କ ପାଇଁ ଏକ ଖାସ ସେବା ଆରମ୍ଭ କରିଛି। ଏହି ସେବା ଅନୁଯାୟୀ ଭୋଡାଫୋନ-ଆଇଡ଼ିଆ ଉପଭୋକ୍ତା ଏଟିଏମରୁ ମୋବାଇଲ ନମ୍ବର ରିଚାର୍ଜ କରିପାରିବେ। କମ୍ପାନୀ ଏହି ସର୍ଭିସ ପାଇଁ ଏଚଡ଼ିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ସିଟି ବ୍ୟାଙ୍କ, ଡିସିବି ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ଏବଂ ଷ୍ଟାଣ୍ଡର୍ଡ ଚାଟାର୍ଡ ବ୍ୟାଙ୍କ ସହିତ ଚୁକ୍ତିନାମା କରିଛି।

ଏହା ପୂର୍ବରୁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ମଧ୍ୟ ଏଟିଏମରୁ ମୋବାଇଲ ନମ୍ବର ରିଚାର୍ଜ କରିବାର ସୁବିଧା ଦେଇସାରିଛି। ସେହିପରି ତିନୋଟି କମ୍ପାନୀଙ୍କ କହିବାକଥା ଯେ ଏହି ସର୍ଭିସର ସବୁଠୁ ଅଧିକ ଲାଭ ସେହି ୟୁଜର୍ସଙ୍କୁ ହେବ ଯେଉଁମାନେ ଇଣ୍ଟରନେଟ ଜରିଆରେ ମୋବାଇଲ ନମ୍ବର ରିଚାର୍ଜ କରିପାରୁନାହାନ୍ତି।

atmଏବେ ଆସନ୍ତୁ ଜାଣିବା ଏଟିଏମରୁ କେମିତି କରିବେ ମୋବାଇଲ ରିଚାର୍ଜ

ଜିଓ ନମ୍ବର ରିଚାର୍ଜ କରିବା ପାଇଁ ଆପଣଙ୍କୁ ନିକଟସ୍ଥ ଏଟିଏମ ବୁଥକୁ ଯିବାକୁ ହେବ। ଏବେ ଆପଣ ଆପଣଙ୍କ ଏଟିଏମ କାର୍ଡକୁ ଏଟିଏମ ମେସିନରେ ଭରନ୍ତୁ। ଏବେ ଆପଣଙ୍କୁ ରିଚାର୍ଜ ଅପ୍ସନ ଦେଖାଯିବ, ଯାହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ। ଏତିକି କରିବା ପରେ ନିଜର ମୋବାଇଲ ନମ୍ବର ଏଣ୍ଟର କରନ୍ତୁ ଏବଂ ଏଟିଏମ ପିନ ଦିଅନ୍ତୁ। ଏବେ ଆପଣ ରିଚାର୍ଜ ଆମାଉଣ୍ଟ ଦେଇ କନଫର୍ମ ବଟନ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କ ରିଚାର୍ଜ ହୋଇଯିବ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ରିଚାର୍ଜ ଟଙ୍କା କଟିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.