Below header

ଫନି ନେଲାଣି ୩୫ ଜୀବନ, ପୁରୀରେ ସର୍ବାଧିକ ମୃତ

ଭୁବନେଶ୍ୱର (କେନ୍ୟୁଜ୍): ଫନି ନେଇଛି ୩୫ ଜଣଙ୍କର ଜୀବନ। ବର୍ତ୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ଅନୁସାରେ, ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କେନ୍ଦ୍ରାପଡ଼ାରେ ୩ଜଣ, ମୟୂରଭଞ୍ଜ ଓ ଯାଜପୁରରେ ୪ ଜଣ ଲେଖାଏଁ ଏବଂ କଟକରେ ୩ ଜଣଙ୍କର ଅକାଳ ବିୟୋଗ ହୋଇଛି। ବାତ୍ୟାରେ ୧୪ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଗଞ୍ଜାମ,  କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ପ୍ରଭାବିତ ହୋଇଛି। ୧୫୫ଟି ବ୍ଲକର ୧୬ ହଜାର ୭୪ ଗାଁ ଓ ୧ ଲକ୍ଷ କୋଟି ୪୦ ଲକ୍ଷ ୬୦ ହଜାର ୬୦୨ ଜଣ ପ୍ରଭାବିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.