ଫନି ପାଇଁ ପୁଣି ଦୁଇ ମାସ ଘୁଞ୍ଚିଲା ପାଟକୁରା ନିର୍ବାଚନ

ଭୁବନେଶ୍ୱର(କେନ୍ୟୁଜ୍): ମେ ୧୯ ତାରିଖରେ ହେବ ନାହିଁ ପାଟକୁରା ନିର୍ବାଚନ। ବାତ୍ୟା ଫନି ପାଇଁ ଦୁଇ ମାସ ଘୁଞ୍ଚିଲା। ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ  ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନିର୍ବାଚନ କେବେ ହେବେ ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ। ପୂର୍ବରୁ ଗତ ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ପାଟକୁରା ନିର୍ବାଚନ ହେବାର ଥିଲା। ତେବେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ଦେହାନ୍ତ ପରେ ନିର୍ବାଚନକୁ ମେ ୧୯ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ବାତ୍ୟା ଫନି ପରେ ପୁଣି ଥରେ ପାଟକୁରା ନିର୍ବାଚନ ୬୦ ଦିନ ପାଇଁ ସ୍ଥଗିତ ରହିଛି । ବାତ୍ୟା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ପାଟକୁରା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ଦାବି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିରୁ ନିର୍ବାଚନ ଲଢୁଛନ୍ତି ବିଜୟ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.