କିଟ୍‌ ବିଶ୍ୱବିଦ୍ୟାଳୟକୁ ଆଉ ଏକ ଅନ୍ତର୍ଜାତୀୟ ସଫଳତା

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ ବିଶ୍ୱବିଦ୍ୟାଳୟକୁ ଆଉ ଏକ ଅନ୍ତର୍ଜାତୀୟ ସଫଳତା ମିଳିଛି । ମେ ୧ ତାରିଖରେ ପ୍ରକାଶିତ ଦି ଟାଇମ୍‌ସ ହାଇଅର ଏଜୁକେସନ ଏସିଆନ୍ ୟୁନିଭରସିଟି  ୨୦୧୯  ରାଙ୍କିଂରେ କିଟ୍‌ ୩୦୧-୩୫୦ ରାଙ୍କିଂରେ ସ୍ଥାନ ପାଇଛି । ଏହା ପୂର୍ବରୁ ଗତ ମାସରେ ଟାଇମ୍‌ସ ହାଇଅର ଏଜୁକେସନ ଇମ୍ପାକ୍ଟ  ରାଙ୍କିଂରେ ଓ ବିଶ୍ୱବିଦ୍ୟାଳୟ ରାଙ୍କିଂରେ କିଟ୍‌ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି । କିଟ୍‌ ହେଉଛି ପୂର୍ବ ଭାରତ ତଥା ଓଡ଼ିଶାର ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଯାହାକି କ୍ରମାଗତ ଭାବେ ଦୁଇଟି ଆନ୍ତର୍ଜାତୀୟ ସଫଳତା ପାଇଛି । ଟାଇମ୍‌ସ ହାଇଅର ଏଜୁକେସନ୍‌ ଏସିଆନ୍ ୟୁନିଭରସିଟି ୨୦୧୯ ରାଙ୍କିଂରେ କିଟ୍‌କୁ ଛାଡ଼ି ଓଡ଼ିଶାର ଦୁଇଟି ସରକାରୀ ବିଶ୍ୱବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି, ଗବେଷଣା, ଜ୍ଞାନର  ଆଦାନ ପ୍ରଦାନ ଆଦି କ୍ଷେତ୍ରକୁ ବିଚାରକୁ ନେଇ ଏହି ରାଙ୍କିଂ ପ୍ରଦାନ କରାଯାଇଛି । ଏସିଆ ମହାଦେଶରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ଟାଇମ୍‌ ହାଇଅର ଏଜୁକେସନ୍‌ ପକ୍ଷରୁ ଏହି ରାଙ୍କିଂ ପ୍ରସ୍ତୁତ କରାଯାଇଛି । ଏହି ରାଙ୍କିଂ ରିପୋର୍ଟ ଅନୁସାରେ କିଟ୍‌ ହେଉଛି ପୂର୍ବ ଭାରତ ତଥା ଓଡ଼ିଶାର ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଯେଉଁଠି ସର୍ବାଧିକ ସଂଖ୍ୟକ ଏଫ୍‌ଟିଇ ଛାତ୍ରଛାତ୍ରୀ ସଂଖ୍ୟା ୧୯ ହଜାର ୬୬୩ । ସେହିପରି ଛାତ୍ର-କର୍ମଚାରୀ ହାର ୧୪.୦, ଆନ୍ତର୍ଜାତିକ ଛାତ୍ରଛାତ୍ରୀ ସଂଖ୍ୟା ୨ ପ୍ରତିଶତ ହୋଇଥିବା ବେଳେ ଛାତ୍ର ଓ ଛାତ୍ରୀ ଅନୁପାତ ୩୭ ଅନୁପାତ ୬୩ ରହିଛି । କିଟ୍‌ ମାତ୍ର ୨୨ ବର୍ଷର ଏକ ବୃତ୍ତିଗତ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ୧୫ ବର୍ଷର ପୁରୁଣା ବିଶ୍ୱବିଦ୍ୟାଳୟ । ଏତେ ଅଳ୍ପ ବର୍ଷର କିଟ୍‌ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ଟାଇମ୍‌ସ ହାଇଅର ଏଜୁକେସନ୍‌ ରାଙ୍କିଂରେ ସ୍ଥାନ ପାଇବା ସବୁଠାରୁ ବଡ଼ ସଫଳତା ବୋଲି କୁହାଯାଉଛି । ଏହି ସଫଳତା ପାଇଁ କିଟ୍‌ ଓ କିସ୍‌ର କର୍ମଚାରୀ, ଛାତ୍ରଛାତ୍ରୀ ଓ ଶୁଭେଛୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଯୋଗୁଁ କିଟ୍‌ ଆଜି ଏହି ସଫଳତା ପାଇ ପାରିଛି ବୋଲି ସେମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.