Below header

ଆଜିଠୁ ଏହି ସବୁ ଜିଲ୍ଲାରେ ଆରମ୍ଭ ହେବ ରିଲିଫ୍ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ୍): କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାରେ ରିଲିଫ ବଣ୍ଟନ ଆରମ୍ଭ ହେବ । ତିନିଦିନ ଭିତରେ ଏହି କାର୍ଯ୍ୟ ସରିବ । ଏହି ରିଲିଫ ବଣ୍ଟନ ସମୟରେ ରାଜ‌େନୖତିକ ଦଳ ପ୍ରଭାବରୁ ମୁକ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସଚିବାଳୟରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାର ବାତ୍ୟା ପରବର୍ତ୍ତି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିଲେ । ରିଲିଫ ବଣ୍ଟନ କାର୍ଯ୍ୟ ସଂପୂର୍ଣ୍ଣ ସ୍ବଚ୍ଛ ଭାବେ ପରିଚାଳନା କରି ପ୍ରତ୍ୟେକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଡଧାରୀଙ୍କୁ ରିଲିଫ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକରେ ଏହି ୩ଟି ଜିଲ୍ଲାରେ ବିଦ୍ୟୁତ୍‌ ଓ ଜଳଯୋଗାଣ ପରିସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ବୈଠକର ସୂଚନାଅନୂଯାୟୀ ଏହି ୩ଟି ଜିଲ୍ଲାରେ ଜଳଯୋଗାଣ ପରିସ୍ଥିତିରେ ଉନ୍ନତି ଆସିଛି । କଟକରେ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି । ଖୁବଶୀଘ୍ର ପରିସ୍ଥିତି ସ୍ୱାଭାବିକ ହେବ ବୋଲି ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥ‌ିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.