Below header

ଅତି ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଫନି, ୩ ତାରିଖ ଅପରାହ୍ନରେ ଗୋପାଳପୁର ଓ ଚାନ୍ଦବାଲି ଭିତରେ କରିବ ଲ୍ୟାଣ୍ଡଫଲ୍‌

କେନ୍ୟୁଜ୍ : ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ‘ଫନି’। ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ମୁହାଁଇଛି। ପୁରୀ ଠାରୁ ୭୧୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରୁ ୪୬୦ କିଲୋମିଟର ଦୂରରେ ରହିଛି ଫନି। ଆସନ୍ତା ୩ ତାରିଖରେ ଦକ୍ଷିଣ ପୁରୀଠାରୁ ଗୋପାଳପୁର ଓ ଚାନ୍ଦବାଲି ଭିତରେ ସ୍ଥଳଭାଗ ଛୁଇଁବ ଫନି । ଏହାର ପ୍ରଭାବରେ ୨ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ତିନି ତାରିଖରୁ ପ୍ରବଳ ବର୍ଷା ପବନ ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିମି ରହିବ ବୋଲି ପୂର୍ବାନୁମାନ କରିଛି ଭାରଚୀୟ ପାଣିପାଗ ବିଭାଗ। ପବନର ବେଗ ଘଣ୍ଟାପ୍ରତି ୨୦୫ କିଲୋମିଟର ମଧ୍ୟ ଛୁଇଁପାରେ। ୩ ତାରିଖରେ ୧୭ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି ହୋଇଛି। ଓଡ଼ିଶାର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ସହ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାରେ ବାତ୍ୟା ସତର୍କତା ଜାରି ସହ ୟେଲୋ ମେସେଜ ଆଲର୍ଟ କରାଯାଇଛି। ଏହି ସମୟ ମଧ୍ୟରେ ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି। ୪ ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.