Below header

ବାତ୍ୟା ଫନି ମୁକାବିଲା ପାଇଁ ତତ୍ପରତା, ୨ଟି ହେଲିକପ୍ଟର ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କଲା ରାଜ୍ୟ

କେନ୍ୟୁଜ୍ : ବାତ୍ୟା ଫନି ମୁକାବିଲା ପାଇଁ ୨ଟି ହେଲିକପ୍ଟର ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର। ସେହିପରି ଅତିରିକ୍ତ ଏନଡିଆରଏଫ ଟିମ୍‌ ଯୋଗାଇ ଦେବାକୁ କୁହାଯାଇଛି । ଏନେଇ କ୍ୟାବିନେଟ ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ସେହିପରି ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟ ଆଲୋଚନା କରିଛନ୍ତି । ପୁରୀ, କଟକ, ଯାଜପୁର, ଜଗତସିଂହପୁର. କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲା ବାତ୍ୟା ଫନି ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଆସନ୍ତା ୨ ତାରିଖଠୁ ବର୍ଷା ହେବ । ୩ ତାରିଖରେ ଫନି ଲ୍ୟାଣ୍ଡଫଲ୍‌ କରୁଥିବାରୁ ଉପକୂଳ ଓ ତଳି ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଲୋକଙ୍କ ପାଇଁ ମାଗଣା ଖାଇବା, ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଫନି ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି । ସମ୍ଭାବ୍ୟ ବାତ୍ୟା ଫନି ମୁକାବିଲା ପାଇଁ ଆଗୁଆ ସହାୟତା ବାବଦରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୩୪୦ କୋଟି ଟଙ୍କା ଷ୍ଟେଟ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ ବା ଏସ୍‌ଡିଆରଏଫ୍‌କୁ ସହାୟତା ପ୍ରଦାନ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.