ସୋର : ସାହସ ଦେଖାଇ ଡକାୟତଙ୍କ ସହ ଲଢ଼ିଲେ ଗ୍ରାମବାସୀ, ଆହତ ହେଲେ ପଛେ ଛାଡ଼ିଲେ ନାହିଁ ହରିଡ଼ାପଡ଼ା ଲୋକେ

ସୋରୋ (କେ ନ୍ୟୁଜ): ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ । ଘଟଣାରେ ୪ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଡକାୟତ ଜଣଙ୍କୁ କାବୁ କରିଛି ସୋର ପୋଲିସ । ଘଟଣାରୁ ଜଣାଯାଇଛି ଯେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋର ଥାନା ନଦିଗାଁ ପଞ୍ଚାୟତ ହରିଡାପଡା ଅଞ୍ଚଳର ସୁଦାମ ଚରଣ ବାଉଲି ରାତିରେ ନିଜ ଘରକୁ ଫେରିବା ବାଟରେ ପିତାକାଳିଆ ଛକ ନିକଟରେ ୭ ଜଣ ଡକାୟତ ତାଙ୍କୁ ଅଟକାଇ ଥିଲେ । ସୁଦାମ ସଙ୍ଗେ ସଙ୍ଗେ ତାଙ୍କ ମୋବାଇଲ ବାହାର କରି ଘର ପାଖ ଲୋକଙ୍କୁ ଫୋନ କରି ଡାକିଥିଲେ । ଏହି ସମୟରେ ଡକାୟତମାନେ ସୁଦାମଙ୍କ ମୁଣ୍ଡରୁ ବନ୍ଧୁକ ଲଗାଇ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ।

ସ୍ଥାନୀୟ ଲୋକ ସୁଦାମଙ୍କ ଡାକ ଶୁଣି ପହଞ୍ଚି ଯିବାରୁ ସେମାନଙ୍କୁ ଦୁବୃର୍ତ୍ତମାନେ କଟୁରୀ ଓ ବନ୍ଧୁକରେ ଆକ୍ରମଣ କରିଥିଲେ । ଗ୍ରାମବାସୀ ମାନେ ମଧ୍ୟ ଦୁବୃର୍ତ୍ତ ମାନଙ୍କ ଆକ୍ରମଣର ପ୍ରତି ଆକ୍ରମଣ କରିଥିଲେ । କିଛି ସମୟ ଧରି ଗ୍ରାମବାସୀ ଓ ଡକାୟତଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁବୃର୍ତ୍ତକୁ କାବୁ କରିବାରେ ସଫଳ ହୋଇଥିଲେ । ଏହି ଆକ୍ରମଣ ରେ ସୁଦାମ ଚରଣ ବାଉଲି, ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ ଗୁରୁତର ଆହାତ ହୋଇ ସୋର ଡାକ୍ତର ଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି ।

ସୋର ପୋଲିସ୍ କାବୁ କରିଥିବା ଦୁବୃର୍ତ୍ତ ଜଣକ ଆହତ ହୋଇଥିବା ଜଣାପଡିଛି । ପୋଲିସ୍ କାବୁ କରିଥିବା ଦୁବୃର୍ତ୍ତ ଜଣକ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ସେନାପତି ବୋଲି ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.