Below header

ଦାଦନ ପାଇଁ ଗଲେ ଶବ ହୋଇ ଫେରିଲେ, ବଲାଙ୍ଗୀରରେ ଅଭାବନୀୟ ଘଟଣା

ଦାଦନ ଖଟିବାକୁ ଯାଇଥିଲେ, ହେଲେ ଫେରିଲେ ଶବ ହୋଇ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଧନକେଡା ଗାଁରେ ।

ଟିଟିଲାଗଡ :  ଦାଦନ ଖଟିବାକୁ ଯାଇଥିଲେ, ହେଲେ ଫେରିଲେ ଶବ ହୋଇ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଧନକେଡା ଗାଁରେ । ଦୁଇଦିନ ତଳେ ପଶ୍ଚିମ ଓଡ଼ିଶାରେ ଭାଇର ଦୀର୍ଘାୟୁ କାମନା କରି ଉପବାସ ରହି ଭଉଣୀ ପାଳନ କରିଥିଲେ ଭାଇଜିଉଁତିଆ। ହେଲେ ଆଜି ଭାଇର ମୃତଶରୀର ଫେରାଇ ଆଣିବା ପାଇଁ ଗାଁ ଲୋକଙ୍କ ସାହାଯ୍ୟ ମାଗିଛନ୍ତି ତିନି ଭଉଣୀ ।

ଏଭଳି ଏକ ହୃଦୟ ବିଡରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଧନକେଡା ଗାଁରେ। ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ପଞ୍ଚାୟତ ନିର୍ବାଚନରେ ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବେ । ଏମିତି କିଛି ଆଶା ନେଇ କିଛି ମାସ ତଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଡେଙ୍ଗ ପଞ୍ଚାୟତ ଧୁନକେଡା ଗାଁର ରାଜେଶ ଛତ୍ରିଆ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେ।

ହେଲେ ନିର୍ବାଚନରେ ପରାସ୍ତ ହେବା ପରେ ପରିବାର ବୋଝ ବଳି ପଡିଲା । ସମାଜ ସେବା ଆଗରେ ତିନି ତିନି ଜଣ ଭଉଣୀଙ୍କ ଦାୟିତ୍ୱ ବାଧ୍ୟ କଲା ହାଇଦ୍ରାବାଦକୁ ଦାଦନ ଖଟି ଯିବାକୁ । ହେଲେ ହଠାତ ସେ ସଡ଼କ ଦୁର୍ଘଟଣାର ଶିକାର ହେଲେ ଓ ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଗଲା। ହସ୍ପିଟାଲରୁ ଆମ୍ବୁଲାନ୍ସ ଦ୍ୱାରା ଶବ ନେବା ପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷ ୫୦ ହଜାର ଟଙ୍କା ଦାବି କଲେ।

୫୦ ହଜାର ଟଙ୍କା ଦେଇ ଶବ ଗାଁକୁ ଆଣିବା ପାଇଁ ସକ୍ଷମ ହୋଇନଥିଲେ ପରିବାର ଲୋକେ। ରାଜ୍ୟ ବାହାରେ ହସ୍ପିଟାଲରେ ପଡ଼ିଥିବା ଭାଇର ଶବ ଗାଁକୁ ଆଣିବା ପାଇଁ ତିନି ଭଉଣୀ ଗାଁ ଲୋକଙ୍କ ସାହାଯ୍ୟ ମାଗିଛନ୍ତି । ରାଜେଶଙ୍କ ତିନି ଭଉଣୀ ନିଜ ଭାଇର ଶବକୁ ଘରକୁ ଫେରାଇ ଆଣିବା ପାଇଁ ଗ୍ରାମବାସୀଙ୍କ ଘରକୁ ଘର ଯାଇ ସାହାଯ୍ୟ ମାଗିଛନ୍ତି । ଏବେ ହସ୍ପିଟାଲରେ ଟଙ୍କା ପଇଠ କରି ଭାଇର ଶବକୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆଣୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.