ଶବକୁ ୮ କିଲୋମିଟର କାନ୍ଧରେ ବୋହିଲେ ସମ୍ପର୍କୀୟ, କାରଣ ଅସ୍ପଷ୍ଟ

ମେଡିକାଲରୁ ଶବକୁ କାନ୍ଧରେ ବୋହିନେଲେ ସମ୍ପର୍କୀୟ । ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ । ମେଡିକାଲରୁ ସରଧାପୁର ଗ୍ରାମକୁ ଦୀର୍ଘ ୮ କିଲୋମିଟର ଶବକୁ କାନ୍ଧରେ ବୋହିନେଲେ ପରିବାର ଲୋକେ ।

ଉମରକୋଟ : ମେଡିକାଲରୁ ଶବକୁ କାନ୍ଧରେ ବୋହିନେଲେ ସମ୍ପର୍କୀୟ । ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ । ମେଡିକାଲରୁ ସରଧାପୁର ଗ୍ରାମକୁ ଦୀର୍ଘ ୮ କିଲୋମିଟର ଶବକୁ କାନ୍ଧରେ ବୋହିନେଲେ ପରିବାର ଲୋକେ ।

ସୂଚନା ଅନୁସାରେ ଚନ୍ଦାହାଣ୍ଡିର ସରଧାପୁର ଗାଁର ଅର୍ଜୁନ ମାଝୀଙ୍କ ସ୍ତ୍ରୀ ଦେମତି ମାଝୀ ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ! କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ମେଡିକାଲ ଅଫିସରଙ୍କ କହିବା ଅନୁଯାଇ, ଦିନ ୧୨ ଟା ୧୪ ରେ ଦେମାଲି ମାଝୀ ନାମକ ଏକ ରୋଗୀ ଆସିଥିଲେ । ସେତେବେଳେ ତାଙ୍କର ମୃତ୍ୟୁ ଘଟି ସାରିଥିଲା । ମେଡିକାଲ ଅଫିସର ପୋଲିସକୁ ସୂଚନା ଦେବା ସହ ଶବକୁ ବ୍ୟବଚ୍ଛେଦ ପାଇଁ କହିଥିଲେ ।

ହେଲେ ପରିବାର ଲୋକ ଏହା ଶୁଣିବା ପରେ ଶବକୁ ଜବର୍ଦସ୍ତ୍ ମେଡିକାଲରୁ ନେଇ ଯାଇଥିଲେ । ଅନ୍ୟପକ୍ଷେ ମେଡିକାଲର ଶବ ବାହକ ଗାଡି ଖରାପ ହୋଇଥିବାରୁ ତାକୁ ମରାମତି ପାଇଁ ଦିଆଯାଇଛି । ଉମରକୋଟରୁ ଶବ ବାହକ ଡାକିଲେ ବହୁ ସମୟ ଲାଗିଥାଏ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ । ଏହି ସମୟ ମଧ୍ୟରେ ସେମାନେ ଶବକୁ ନେଇଯାଇଥିଲେ ବୋଲି କହିଛନ୍ତି ଡାକ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.