Below header

ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ ବହିଷ୍କୃତ, ବହିସ୍କାର କଲା ଜିନପିଙ୍ଗ ପ୍ରଶାସନ

ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ ବହିଷ୍କୃତ । ବହିସ୍କାର କଲା ଜିନପିଙ୍ଗ ପ୍ରଶାସନ। ପ୍ରତିରକ୍ଷା ମନ୍ତ୍ରୀ ଏବଂ ଷ୍ଟେଟ୍ କାଉନସିଲର ପଦବୀରୁ ତାଙ୍କୁ ବହିଷ୍କୃତ କରାଯାଇଛି। ତେବେ ବହିଷ୍କାରର କାରଣ କୁହାଯାଇ ନାହିଁ।

ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ ବହିଷ୍କୃତ । ବହିସ୍କାର କଲା ଜିନପିଙ୍ଗ ପ୍ରଶାସନ। ପ୍ରତିରକ୍ଷା ମନ୍ତ୍ରୀ ଏବଂ ଷ୍ଟେଟ୍ କାଉନସିଲର ପଦବୀରୁ ତାଙ୍କୁ ବହିଷ୍କୃତ କରାଯାଇଛି। ତେବେ ବହିଷ୍କାରର କାରଣ କୁହାଯାଇ ନାହିଁ। ଗତ ଜୁଲାଇ ମାସରେ ବୈଦେଶିକ ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିବା କିନ୍ ଗାଙ୍ଗଙ୍କୁ କାଉନସିଲର ପଦବୀରୁ ମଧ୍ୟ ହଟା ଯାଇଛି।

ଚୀନ ନେସନାଲ ପିପୁଲ୍ସ କଂଗ୍ରେସର ଷ୍ଟାଣ୍ଡିଂ କମିଟି ଉଭୟଙ୍କ ବହିଷ୍କାରକୁ ମଞ୍ଜୁରୀ ପ୍ରଦାନ କରିଛି। ୬୫ ବର୍ଷୀୟ ଲି ସାଙ୍ଗଫୁ ଦୀର୍ଘ ୨ ମାସ ହେବ ସର୍ବସାଧାରଣରେ ଦେଖାଯାଉ ନାହାନ୍ତି । ତାଙ୍କ ବିରୋଧରେ ଥିବା ଏକ ଦୁର୍ନୀତି ଅଭିଯୋଗ ମାମଲାର ତଦନ୍ତ ଆରମ୍ଭ ହେବା ପରେ ସେ ଅନ୍ତର୍ଦ୍ଧାନ ହୋଇଯାଇଥିବା କୁହାଯାଉଛି। ତେବେ ଲି ସାଙ୍ଗଫୁଙ୍କ ବଦଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାହାକୁ ନିଯୁକ୍ତି ମିଳି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.