Below header

କେନ୍ଦ୍ରାପଡ଼ା ଇନ୍ଦୁପୁର ଗାଁରେ ଡାକମଣ୍ଡା ହାଣ୍ଡିଭଙ୍ଗା ଓଷା: ଗାଁ, ଜିଲ୍ଲା ଓ ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳାମାନେ କରିଛନ୍ତି ଓଷା

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ବାତ୍ୟା ଫନି ଉଜାଡ଼ି ଦେଇଛି ରାଜ୍ୟର ଅନେକ ଜିଲ୍ଲାର ଚିତ୍ର । ଏଭଳି ପରିସ୍ଥିତିରେ କେନ୍ଦ୍ରାପଡ଼ା ଇନ୍ଦୁପୁର ଗାଁରେ ଦେଖିବାକୁ ମିଳିଛି ଏକ ନିଆରା ଓଷା । ଗାଁର ମହିଳା ଏକାଠି ହୋଇ ଚଣ୍ଡୀଦେଈ ଠାକୁରାଣୀଙ୍କ ପୀଠରେ ପ୍ରାକୃତିକ ବିପର୍ଯ୍ୟୟରୁ ଗାଁ, ଜିଲ୍ଲା ଓ ରାଜ୍ୟକୁ ସୁରକ୍ଷା ଦେବା ପାଇଁ ପାଳିଛନ୍ତି ଡାକମଣ୍ଡା ହାଣ୍ଡିଭଙ୍ଗା ଓଷା । ବିଶ୍ୱାସ ରହିଛି ଏହି ଓଷାକଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

pithaସ୍ଥାନୀୟ ମହିଳା ନିଜ ପରିବାରର ଶୁଭମନାସୀ ଏହି ଓଷା କରିଥାନ୍ତି । ସେପଟେ ଅପୁତ୍ରିକ ମହିଳା ଏହି ଓଷା କଲେ ପୁତ୍ରଲାଭ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ପାରମ୍ପରିକ ମଣ୍ଡାପିଠା ପ୍ରସ୍ତୁତ କରି ମାଟିହାଣ୍ଡିରେ ଗୋଟିଏ ମଣ୍ଡାପିଠା ରଖି ଧୂପଦୀପ ଦେଇ ମାଆଙ୍କୁ ସମର୍ପଣ କରିଥାନ୍ତି । ତାପରେ ହାଣ୍ଡିଟିକୁ ଭାଙ୍ଗି ସେହି ମଣ୍ଡାପିଠା ପ୍ରସାଦ ଭାବେ ଖାଇଥାନ୍ତି ଓଷା କରୁଥିବା ମହିଳା । ମେଷ ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ମଧ୍ୟରେ ପଡୁଥିବା ସବୁ ଗୁରୁବାରରେ ଏହି ଓଷା ପାଳନ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.