ଗାଜିୟାବାଦ୍ ସମେତ ଦିଲ୍ଲୀ ଏବଂ ୟୁପିର ସାତଟି ଷ୍ଟେସନକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ

ମେରଠ,ସମଲି,ନିଜାମୁଦ୍ଦିନ୍ ଏବଂ ଗାଜିୟାବାଦ୍ ସମେତ ଦିଲ୍ଲୀ ଏବଂ ୟୁପିର ସାତଟି ଷ୍ଟେସନକୁ ବମ୍ ରେ ଉଡାଇ ଦେବାକୁ ଧମକ ମିଳିଛି । ବୁଧବାର ଦିନ ଏକ ଚିଠି ପୁରୁଣା ଗାଜିୟାବାଦ ଷ୍ଟେସନରେ ଥିବା ଜଣେ ଷ୍ଟେସନ୍ ଅଧିକାରୀଙ୍କ ପାଖରେ ପହଁଚିବା ପରେ ଆତଙ୍କ ଖେଳିଯାଇଥିଲା । ଚିଠି ମିଳିବା ପରେ ଆଲର୍ଟ ଜାରି କରିଦିଆଯାଇଛି । ଅନ୍ୟପଟେ ଏସଏସପିଙ୍କୁ ମଧ୍ୟ ବିସ୍ଫୋରଣ କରାଯିବା ନେଇ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଛି । ଯାହାଫଳରେ ଏସଏସପି ଭିଡ ବଜାର ମାନଙ୍କରେ ସୁରକ୍ଷା ବଳୟକୁ ବଢାଇ ଦେଇଛନ୍ତି ।

ଗୁଇନ୍ଦା ବିଭାଗ ମଧ୍ୟ ସତର୍କତା ବଢାଇଦେଇଛି । ଏହି ପତ୍ର ଏବଂ ଇ-ମେଲ କେଉଁଠାରୁ ଆସିଛି ଏନେଇ ପୋଲିସ୍ ଯାଞ୍ଚ କରୁଛି । ଏହି ଚିଠିରେ କୌଣସି ସଙ୍ଗଠନର ନାଁ ଉଲ୍ଲେଖ କରାଯାଇନାହିଁ । ଚିଠି ଏବଂ ଇ-ମେଲ ରେ ଧମକ ଦେଇଥିବା ବ୍ୟକ୍ତି ୭୨ ଘଣ୍ଟାର ଅଲ୍ଟିମେସନ୍ ଦେବାସହିତ ଏହି ସାତୋଟି ଷ୍ଟେସନରେ ବମ୍ ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ଦିଆଯାଇଛି ।

bombଗାଜିୟାବାଦ୍ ଜିଆରପି ପ୍ରଭାରୀ ଅଶୋକ ସିସୋଦିଆ କହିଛନ୍ତି କି ଏହି ଚିଠି ରେଲୱେ ଅଧିକାରୀଙ୍କୁ ମିଳିଥିଲା ଏବଂ ଅଧିକାରୀ ଜଣଙ୍କ ଜିଆରପି କୁ ସୂଚନା ଦେଇଥିଲେ । ଏହାପରେ ହିଁ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ପ୍ଳାଟଫର୍ମରେ ସର୍କୁଲେଟିଙ୍ଗ ଏରିଆରେ ଚେକିଙ୍ଗ ବଢାଇ ଦିଆଯାଇଛି । ଟ୍ରେନ ଏସ୍କୋର୍ଟରେ ଜଗିଥିବା ପୋଲିସ କର୍ମୀଙ୍କୁ ମଧ୍ୟ ସତର୍କତା ବଢାଇବା ଏବଂ ଚେକିଙ୍ଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସଏସପି ଉପେନ୍ଦ୍ର କୁମାର ଅଗ୍ରୱାଲ କହିଛନ୍ତି କି, ପୋଲିସ୍ ମୁଖ୍ୟାଳୟ,ସାମଲି ଓ ଗାଜିୟାବାଦର ଏସଏସଏପିଙ୍କ ଇ-ମେଲ୍ ଆକାଉଣ୍ଟକୁ ଧମକ ପୂର୍ଣ୍ଣ ମେଲ ସମ୍ବନ୍ଧରେ ପୋଲିସ୍ ପକ୍ଷରୁ ମାମଲା ରୁଜୁ କରିଦିଆଯାଇଛି ।

ଏଟିଏସ୍,ସାଇବର ସେଲ ଏବଂ ସର୍ବିଲାନ୍ସ ଟିମ୍ ଯାଞ୍ଚ କରୁଛନ୍ତି କି ଏହି ଇ-ମେଲ କେଉଁଠୁ ଆସିଛି ଏବଂ କିଏ ପଠାଇଛି । ଏଥିପାଇଁ ଇ-ମେଲ ସର୍ଭିସ ପ୍ରୋଭାଇଡର କମ୍ପାନୀର ସାହାର୍ଯ୍ୟ ନିଆଯାଉଛି । ସେ କହିଛନ୍ତି କି ଗାଜିୟାବାଦରେ ମଧ୍ୟ ସାଇବର,ସର୍ବିଲାନ୍ସ ସେଲ ଏବଂ ଗୁଇନ୍ଦା ବିଭାଗ ଟିମ୍ ଗୁଡିକୁ ଆଲର୍ଟ କରାଯାଇଛି । ତେବେ ଗାଜିୟାବାଦ ଷ୍ଟେସନ୍ କୁ ଏହା ପୂର୍ବରୁ ମଧ୍ୟ ଥରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.