ଖୁବ ଶୀଘ୍ର ଫେସବୁକ ଲାଇଭ ଷ୍ଟ୍ରିମିଂ ନୀତିରେ ହେବାକୁ ଯାଉଛି ପରିବର୍ତ୍ତନ, ନିୟମ ଭାଙ୍ଗିଲେ ବ୍ୟାନ ହେବ ଆକାଉଣ୍ଟ

ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡର କ୍ରାଇଷ୍ଟଚର୍ଚ୍ଚର ଦୁଇଟି ମସଜିଦରେ ଆତଙ୍କୀ ଆକ୍ରମଣର ଲାଇଭ ଷ୍ଟ୍ରିମିଂ ପରେ ଏବେ ଫେସବୁକକୁ ଚେତା ପଶିଛି। ଏନେଇ ସୋସିଆଲ ମିଡିଆ ଆପ୍ ଫେସବୁକ୍ ନିଜର ଲାଇଭ ଷ୍ଟ୍ରିମିଂ ଏବଂ ଶେୟାରିଂକୁ ରୋକିବା ପାଇଁ ୱାନ ଷ୍ଟ୍ରାଇକ୍ ନୀତି ପ୍ରସ୍ତୁତ କରିଛି। କମ୍ପାନୀ କହିଛି ଯଦି କୌଣସି ବ୍ୟକ୍ତି ଲାଇଭ ଷ୍ଟ୍ରିମିଂ ନୀତି ଭାଙ୍ଗବେ ତେବେ ଗ୍ରାହକଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧ ଲଗାଯିବ। ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତି ନିଜ ଫେସବୁକ ୱାଲରେ କୌଣସି ହିଂସା ଜନିତ ଭିଡିଓର ଲାଇଭ ଷ୍ଟ୍ରିମିଂ କରୁଛନ୍ତି ତେବେ ସେହି ବ୍ୟକ୍ତି ଆଉ ଲାଇଭଷ୍ଟ୍ରିମିଂ ଫିଚରର ଫାଇଦା ଉଠାଇ ପାରିବେ ନାହିଁ। ଆପଣଙ୍କୁ କହିବାକୁ ଚାହିଁବୁ କ୍ରାଇଷ୍ଟଚର୍ଚ୍ଚରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୫୦ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।

facebook 1

ଫେସବୁକ ଇଣ୍ଟିଗ୍ରିଟିର ଭାଇସ ପ୍ରେସିଡେଣ୍ଟ ଗାୟ ରୋସେନଙ୍କ କହିବା ମୁତାବକ, ମାର୍ଚ୍ଚ ମାସରେ କ୍ରାଇଷ୍ଟଚର୍ଚ୍ଚର ଦୁଇଟି ମସଜିଦରେ ହୋଇଥିବା ଆତଙ୍କୀ ଆକ୍ରମଣର ଲାଇଭଷ୍ଟ୍ରିମିଂ କରାଯାଇଥିଲା। ଖାଲି ତାହା ନୁହଁ ଏହି ଭିଡିଓ କିଛି ୟୁଜର୍ସ ଶେୟାର ମଧ୍ୟ କରିଥିଲେ। ଏଣୁ ଏବେ ଆମର ଚେଷ୍ଟା କରୁଛୁ ଯାହା ଦ୍ବାରା ଫେସବୁକରେ ହିଂସା ଜନିତ କୌଣସି ଭିଡିଓ ଭାଇରାଲ ହୋଇପାରିବ ନାହିଁ । ଏନେଇ କମ୍ପାନୀ ୱାନ ଷ୍ଟ୍ରାଇକ୍ ନୀତି ଲାଗୁ କରିବାକୁ ଯାଉଛି। ଏହି ନୀତି ଲାଗୁ ହେବା ପରେ ଯେଉଁ ବ୍ୟକ୍ତି ଲାଇଭଷ୍ଟ୍ରିମିଂର ନୀତି ଉଲଂଘନ କରିବେ ତାଙ୍କର ଆକାଉଣ୍ଟରେ ଏହି ଫିଚର ଉପରେ ପ୍ରତିବନ୍ଧ ଲଗାଦିଆଯିବ।

facebook

ଏହାସହ ରୋସନ କହିଛନ୍ତି, ଯଦି ଫେସବୁକରେ କୌଣସି ବ୍ୟକ୍ତି କୌଣସି ଆତଙ୍କବାଦୀ ସଂଗଠନ ବୟାନର ଲିଙ୍କ ଶେୟାର କରୁଛନ୍ତି ତେବେ ତାଙ୍କୁ ଫେସବୁକ୍ ନୀତିର ଉଲଂଘନ ବୋଲି କୁହାଯିବ। କମ୍ପାନୀ ଏହି ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟାନ କରିବ ବୋଲି କୁହାଯାଉଛି। ତେବେ ନ୍ୟୁଜିଲ୍ୟାଣ୍ଡ ଆତଙ୍କୀ ଆକ୍ରମଣର ଭିଡିଓକୁ ଫେସବୁକ ପ୍ଳାଟଫର୍ମରୁ ଡିଲିଟ କରାଯାଇଥିବା ବେଳେ କିଛି ୟୁଜର୍ସ ତାହାକୁ ଏଡିଟ କରି ମଧ୍ୟ ଶେୟାର କରିଛନ୍ତି। ଯାହାକୁ ଏବେ ଡିଲିଟ କରିବା କମ୍ପାନୀ ପାଇଁ ଖୁବ କଷ୍ଟକର ହୋଇଛି।

Facebook

ଫେସବୁକ ଲୋଡିଛି ଏଆଇର ସାହାଯ୍ୟ

ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ହିଂସାର ପ୍ରସାର କରୁଥିବା ଗୋଷ୍ଠୀଗୁଡିକୁ ଚିହ୍ନଟ କରାଯାଉଛି। ଏବଂ ତାହାକୁ ଫେସବୁକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର କରି ଡିଲିଟ କରାଯାଉଛି। ଯାହା ଫଳରେ ଏହି ଗୋଷ୍ଠୀ ଗୁଡିକ ଫେସବୁକର କୌଣସି ସେବା ବ୍ୟବହାର କରିପାରିବେ ନାହିଁ। ଲାଇଭ ଷ୍ଟ୍ରିମିଂ ଉପରେ ପ୍ରତିବନ୍ଧକ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.