ହିନ୍ଦୁ ଧର୍ମରେ ଶବଯାତ୍ରା ସମୟରେ କାହିଁକି କୁହାଯାଏ ‘ରାମ ନାମ ସତ୍ୟ ହେ’ , ଜାଣନ୍ତୁ ଏହାର ଧାର୍ମିକ କାରଣ

ପ୍ରାଚୀନ ସମୟରେ ଆମେ ଶୁଣିଆସୁଛନ୍ତି ଏବଂ ଦେଖି ଆସୁଛନ୍ତି ଯେତେବେଳେ କୌଣସି ବ୍ୟକ୍ତିଙ୍କର ମ୍ରୁତ୍ୟୁ ହୋଇଥାଏ, ତେବେ ସମସ୍ତେ ତାଙ୍କ ଶବକୁ ଶ୍ମଶାନ ନେଇଥାନ୍ତି। ଆଉ ଶ୍ମଶାନ ନେବା ସମୟରେ ଶବକୁ ନେଲାବେଳେ ‘ରାମ ନାମ ସତ୍ୟ ହେ’ କହିଥାନ୍ତି। ଏହି ଭଳି କହି ମୃତକଙ୍କ ଶବକୁ ଶ୍ମଶାନ ଘାଟକୁ ନିଆଯାଇଥାଏ। କିନ୍ତୁ ଏହା କହିବାର ଅସଲି ଉଦ୍ଦେଶ୍ୟ କଣ ଆପଣ ଜାଣିଛନ୍ତି। ଏହାର ଉଦ୍ଦେଶ୍ୟ ମାତ୍ର କିଛି ଲୋକଙ୍କୁ ଜଣାଥିବ। ହିନ୍ଦୁ ଧର୍ମରେ କରାଯାଉଥିବା ସଂସ୍କାର ପଛରେ ଧାର୍ମିକ ଏବଂ ବୈଜ୍ଞାନିକ କାରଣ କୁହାଯାଉଛି। ଆସନ୍ତୁ ଜାଣିବା ଶବଯାତ୍ରା ସମୟରେ ଏଥିରେ ସାମିଲ ହେଉଥିବା ଲୋକ ‘ରାମ ନାମ ସତ୍ୟ ହେ’ କାହିଁକି କୁହାଯାଇଥାଏ।

ମୃତକଙ୍କ ଶବଯାତ୍ରା ସମୟରେ କୁହାଯାଉଥିବା ‘ରାମ ନାମ ସତ୍ୟ ହେ’ ର ଧ୍ବନି ସମ୍ବଦ୍ଧରେ ମହାଭାରତର ପାତ୍ର ଧର୍ମରାଜ ଯୁଧିଷ୍ଠିର ଏକ ଶ୍ଳୋକ ମାଧ୍ୟମରେ କହିଛନ୍ତି। ଯାହାର ଅର୍ଥ ହେଉଛି ମୃତକଙ୍କୁ ଯେତେବେଳେ ଶ୍ମଶାନ ନିଆଯାଇଥାଏ ସେତେବେଳେ କହିଥାନ୍ତି ‘ରାମ ନାମ ସତ୍ୟ ହେ’ କିନ୍ତୁ ଯେତେବେଳେ ବି ଘରକୁ ଫେରନ୍ତି ରାମ ନାମକୁ ଭୁଲି ମୋହ-ମାୟାରେ ଲିପ୍ତ ହୋଇଯାନ୍ତି। ମୃତକଙ୍କ ଘର ଲୋକ ସର୍ବପ୍ରଥମେ ତାଙ୍କର ଧନକୁ ସମ୍ଭାଳିବାର ଚିନ୍ତାରେ ଲାଗିପଡନ୍ତି। ଧର୍ମରାଜ ଯୁଧିଷ୍ଠିର କହିଛନ୍ତି ମନୁଷ୍ୟ ଜାଣିଛି ସେ ଆସିଛି ଏକା ଯିବ ବି ଏକା କିନ୍ତୁ ସବୁ ପରେ ମଧ୍ୟ ସେ ପରିଜନ ଏବଂ ସମ୍ପତ୍ତିକୁ ଚାହିଁଥାନ୍ତି। ଏହାଠାରୁ ବଡ ଆଶ୍ଚର‌୍ୟ୍ୟ କଣ ହୋଇପାରେ।

funeralଶବଯାତ୍ରା ସମୟରେ ‘ରାମ ନାମ ସତ୍ୟ ହେ’ ଏହି ଧ୍ବନି ମୃତକକୁ ଶୁଣା ଯାଇନଥାଏ ବରଂ ସାଥିରେ ଯାଉଥିବା ପରିଜନ, ମିତ୍ର ଏବଂ ସେଠାରୁ ଯାଉଥିବା ଲୋକ ଏହି ତଥ୍ୟରେ ପରିଚିତ ହୋଇଯାନ୍ତୁ ଯେ ରାମ ନାମ ହିଁ ସତ୍ୟ ଅଟେ। ଏହାସହିତ ଯେତେବେଳେ ବି ମନୁଷ୍ୟ ରାମ ନାମ ଧରିବ ତେବେ ତାହାର ସଦଗତି ହେବ। ଏଥିପାଇଁ ଏହି ଉଦ୍ଦେଶ୍ୟରେ ଏହାର ପରମ୍ପରା ଆରମ୍ଭ କରାଯାଇଥିଲା।

ମୃତକ ଯିବା ପରେ ମନୁଷ୍ୟ ଯେତେବେଳେ ଏତେ ନିଜ ଭିତରେ ଝଗଡା ଲାଗିଥାନ୍ତି ଯେ ତାଙ୍କର ସମ୍ପତ୍ତିକୁ ନେବା ପାଇଁ ବାଦ-ବିବାଦ କରିଥାନ୍ତି ଏବଂ ସମ୍ପତ୍ତିକୁ ଭାଗ ଭାଗ କରିଥାନ୍ତି ସେତେବେଳେ ଏହା ଜାଣିନେବାକୁ ହେବ ଯେ ରାମଙ୍କର ନାମ ହିଁ ସତ୍ୟ ଅଟେ। ଅର୍ଥାତ ଯିଏ ଏହି ଧରିତ୍ରୀକୁ ଆସିଛନ୍ତି ତାଙ୍କର ମୃତ୍ୟୁ ସୁନିଷ୍ଚିତ। କୁହାଯାଏ ଯେ ଏହି ସବୁ କାରଣରୁ ଶବଯାତ୍ରାରେ ‘ରାମ ନାମ ସତ୍ୟ’ ହେ କୁହାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.