ଆଜିଠୁ ଆରମ୍ଭ ହେଲା OnePlus 7 Proର ଫ୍ଳାସସେଲ, କେବଳ ଆମାଜନ ପ୍ରାଇମ୍ ମେମ୍ବରଙ୍କ ପାଇଁ ଉପଲବ୍ଧ

ନୂଆଦିଲ୍ଳୀ : ଭାରତରେ ଆଜିଠୁ OnePlus 7 Pro ସ୍ମାର୍ଟଫୋନର ଆରମ୍ଭ ହେଉଛି ବିକ୍ରି । ଆଜି ସ୍ମାର୍ଟଫୋନର ପ୍ରଥମ ସେଲ ଦିନ ୧୨ଟାରୁ ଆରମ୍ଭ ହୋଇଥିବା ବେଳେ ଗ୍ରାହକ ମୋବାଇଲକୁ ଅନଲାଇନ ସପିଂ ସାଇଟ ଆମାଜନରୁ କିଣିପାରିବେ। ଦ୍ବିପହର୧୨ଟା ବେଳୁ ଏହାର ଫ୍ଳାସସେଲ ଆରମ୍ଭ କରାଯାଇଥିବା ବେଳେ ଏଥିରେ କ୍ୟାସବ୍ୟାକ୍, ଏକ୍ସଚେଞ୍ଜ ଆଦି ଅନେକ ଅଫର ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ସେଲ ଖାସ କରି ଆମାଜନ ପ୍ରାଇମ ମେମ୍ବରଙ୍କ ପାଇଁ ରହିଛି। ଯେଉଁମାନେ ଆମାଜନ ପ୍ରାଇମ୍ ମେମ୍ବର ନୁହଁନ୍ତି ସେମାନେ ଏହି ମୋବାଇଲକୁ ମେ ୧୭ ତାରିଖରୁ ଆମାଜନ ସପିଂ ସାଇଟରୁ କିଣିପାରିବେ।

OnePlus-7

ଦେଖନ୍ତୁ କଣ ରହିଛି ଫିଚର ଏବଂ ମୂଲ୍ୟ

OnePlus 7 Pro ସ୍ମାର୍ଟଫୋନ ପ୍ରିମିୟମ୍ ଫିଚର ସହ ଲଞ୍ଚ କରାଯାଇଛି। ଏହାର ରିଫ୍ରେସ ରେଟ ଡିସପ୍ଳେ, ରିୟର ପ୍ୟାନେଲରେ ଟ୍ରିପଲ କ୍ୟାମେରା ସେଟଅପ ରହିଛି। ଏଥିସହ ପପଅପ୍ ସେଲଫି କ୍ୟାମେରା ମଧ୍ୟ ଏଥିରେ ସାମିଲ କରାଯାଇଛି। ସ୍ମାର୍ଟଫୋନଟି ୫ଜି ସପୋର୍ଟ ବିଶିଷ୍ଟ ରହିଛି। OnePlus 7 Proର ପ୍ରତିଦ୍ବନ୍ଦିତା ବଜାରରେ ଥିବା ଏବଂ ଆଦି ପ୍ରିମିୟମ୍ ଡିଭାଇସ ସହ କରାଯାଉଛି। ସ୍ମାର୍ଟଫୋନକୁ ୮/୨୫୬ ଜିବି , ୬/୧୨୮ ଜିବି ଏବଂ ୧୨/୨୫୬ ଜିବି ଆଦି ବ୍ୟାରିଏଣ୍ଟରେ ଉପଲବ୍ଧ କରାଯାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୪୯,୯୯୯ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.