Below header

ଜ୍ୟାକଲିନ୍ ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରିବା ସହ ମାଗିଲେ କ୍ଷମା, କାହିଁକି ଜାଣନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଟେଜ୍ ତାଙ୍କର ବିନଦାସ ଚରିତ୍ର ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ପ୍ରାୟତଃ ଅନେକ ଭିଡିଓ ଏବଂ ଫଟୋ ଶେୟାର କରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି। ଏବେ ନିକଟରେ ଜ୍ୟାକଲିନ୍ ଇନଷ୍ଟାଗ୍ରାମରେ ଏକ ଟିକଟୋକ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ତାଙ୍କ ସହ ବିଶିଷ୍ଟ ଡିଜାଇନର ମିକି କଣ୍ଟ୍ରାକ୍ଟର ନଜର ଆସିଥିଲେ। ତେବେ ଏହି ଭିଡିଓର କ୍ୟାପସନରେ ଜ୍ୟାକଲିନ୍ ‘ମତେ କ୍ଷମା କରିବେ ମୁଁ ଏପରି କରୁଥିବାରୁ ବୋଲି ଲେଖିଛନ୍ତି’।

ଟିକଟୋକ ଭିଡିଓରେ ଜ୍ୟାକଲିନ୍ କପିଲ ଶର୍ମା ଶୋର ଲୋକପ୍ରିୟ ଚରିତ୍ର ବଚ୍ଚା ୟାଦବର ଜୋକକୁ ଖୁବ କୌତୁହର ସହ କହୁଥିବା ନଜର ଆସିଛି। ସେ ଖବୁ ଭଲ ଭାବେ ଲିପସିଂ କରୁଥିବା ବେଳେ ଶେଷକୁ ମିକିଙ୍କ ସହ ମିଶି ହସୁଥିବା ଦେଖାଯାଇଛି। ଭିଡିଓକୁ ପୋଷ୍ଟ କରିବା ସହ ଜ୍ୟାକଲିନ୍ ମିକିଙ୍କ ସହ ଏପରି ମଜାକ୍ କରିଥିବାରୁ କ୍ୟାପସନରେ କ୍ଷମା ମାଗିଛନ୍ତି।

 

View this post on Instagram

 

Sorry I do this to you @mickeycontractor 🤪🥰😂💋

A post shared by Jacqueline Fernandez (@jacquelinef143) on


ଆପଣଙ୍କୁ କହିବାକୁ ଚାହିଁବୁ ଜ୍ୟାକଲିନ୍ ଙ୍କୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଆକ୍ସନ ଥ୍ରିିଲରରେ ଦେଖିବାକୁ ମିଳିବ। ଯାହାର ପ୍ରଯୋଜନା ଦାୟିତ୍ବରେ କରଣ ଜୋହର ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.