Below header

ଏୟାରଟେଲ ନେଇଛି ବଡ ପଦକ୍ଷେପ, ଉଠାଇଦେବ ୪୯୯ ଟଙ୍କାରୁ କମ୍ ପୋଷ୍ଟ-ପ୍ୟାଡ୍ ପ୍ଲାନ

ଦୂରସଞ୍ଚାର କମ୍ପାନୀ ଭାରତୀୟ ଏୟାରଟେଲ ୪୯୯ ଟଙ୍କାର କମ୍ ପ୍ଲାନକୁ ଉଠାଇବ ଏବଂ ତାହାର ସଂଖ୍ୟା ସିମିତ କରିବା ପାଇଁ ନିଜର ପୋଷ୍ଟ-ପ୍ୟାଡ ପ୍ଲାନରେ ପରିବର୍ତ୍ତନ କରିଛି। କମ୍ପାନୀ ନିଜର ବିଭିନ୍ନ ପ୍ଲାନର ସରଳୀକରଣ ପାଇଁ ଏହି ପଦକ୍ଷେପ ଉଠାଇଛି। ଏହାଦ୍ବାରା ତାର ଗ୍ରାହକଙ୍କ ଠାରୁ ପ୍ରାପ୍ତି ବଢ଼ିବ ଏବଂ ଏଆରପିୟୁରେ ସୁଧାର ହେବ। ଏହାପୂର୍ବରୁ କମ୍ପାନୀ ୨୯୯ ଟଙ୍କାର ପ୍ଲାନକୁ ଉଠାଇ ଦେଇଥିଲା। ବର୍ତ୍ତମାନ ୩୪୯ ଏବଂ ୩୯୯ ଟଙ୍କାର ପ୍ଲାନକୁ ମଧ୍ୟ ଉଠାଇଦେବ।

ସୂଚନା ଅନୂଯାୟୀ କମ୍ପାନୀ ୪୯୯ ଟଙ୍କାରୁ କମ୍ ପୋଷ୍ଟ-ପ୍ୟାଡ୍ ପ୍ଲାନକୁ ଧୀରେ ଧୀରେ ହଟାଉଛି। ଅନ୍ୟ ପ୍ଲାନ ପ୍ୟାକରେ ଅଧିକ ଖର୍ଚ୍ଚ କରୁଥିବା ଗ୍ରାହକଙ୍କ ପାଇଁ ଅଧିକ ମୂଲ୍ୟ ଏବଂ ଡିଜିଟାଲ ସାମଗ୍ରୀ ରହିଛି। ସେ ୪୯୯ ଟଙ୍କାରୁ ଅଧିକ ପ୍ଲାନର ସଂଖ୍ୟାକୁ ହ୍ରାସ କରି ତିନିଟି ପ୍ଳାନ ରଖିବାକୁ ଚାହୁଛି। ଯାହା କ୍ରମଶଃ ୭୪୯ ଟଙ୍କା, ୯୯୯ ଟଙ୍କା ଏବଂ ୧୫୯୯ ଟଙ୍କା ହେବ। ଅବଶ୍ୟ ଏହି ସମ୍ପର୍କରେ କମ୍ପାନୀର ପ୍ରବକ୍ତା କୌଣସି ଟିପ୍ପଣୀ ଦେବାକୁ ରାଜି ହୋଇନଥିଲେ।

planକମ୍ପାନୀର ଗ୍ରାହକଙ୍କ ସଂଖ୍ୟା ୩୧ ଡିସେମ୍ବର, ୨୦୧୮ ପର୍ଯ୍ୟନ୍ତ ୨୮.୪ କୋଟି ଟଙ୍କା ଥିଲା। ସେ ୨୫୦୦୦ କୋଟି ଟଙ୍କା କମାଇବା ପାଇଁ କିଛି ନୂଆ ପ୍ଲାନ ରିଡ୍ୟୁସ କରିବ। ଏକ ରିପୋର୍ଟ ଅନୁଯାୟୀ ଏଆରପିୟୁ ମାମଲାରେ ଏୟାରଟେଲର ପ୍ରଦର୍ଶନ ୨୦ ପ୍ରତିଶତ ସୁଧାର ହୋଇଛି। ସେହିପରି ରିଲାଏନ୍ସ ଜିଓ ରେ ୩ ପ୍ରତିଶତ ହ୍ରାସ ହୋଇଛି। ଭୋଡାଫୋନ-ଆଇଡିଆ ଜଣାଇଛନ୍ତି ଯେ ୨୦୧୮-୧୯ ମାର୍ଚ୍ଚର ଆର୍ଥିକ ବର୍ଷ ଦ୍ବାରା ତାଙ୍କର ଏଆରପିୟୁ ୧୬.୩ ପ୍ରତିଶତ ସୁଧାର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.