ଆଗକୁ ଏଫଆଇଏଚ୍‌ ସିରିଜ୍‌, କଳିଙ୍ଗ ଷ୍ଟାଡିୟମରେ କ୍ଷୟକ୍ଷତି ବୁଲି ଦେଖିଲେ ପ୍ରତିନିଧି ଦଳ

ଭୁବନେଶ୍ବର(କେନ୍ୟୁଜ୍) : ବାତ୍ୟା ଫନିର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି କଳିଙ୍ଗ ଷ୍ଟାଡିୟମ। ଆଗକୁ ଏଫଆଇଏଚ୍‌ ସିରିଜ୍‌ ହେବାକୁ ଥିବା ବେଳେ ତା ପୂର୍ବରୁ କଳିଙ୍ଗ ଷ୍ଟାଡିୟମର କ୍ଷୟକ୍ଷତି ବୁଲି ଦେଖିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ଗତକାଲି କେନ୍ଦ୍ରୀୟ ଟିମ୍‌ ସହ ହକି କମ୍ପ୍ଲେକ୍ସ ଅନୁଧ୍ୟାନ କରିଛନ୍ତି କ୍ରୀଡା ସଚିବ ବିଶାଲ ଦେବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ। ବିଶ୍ୱକପ୍‌ର ସଫଳ ଆୟୋଜନ ପରେ କଳିଙ୍ଗ ଷ୍ଟା଼ଡିୟମରେ ଏଫଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍ସ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହି ପ୍ରତିଯୋଗିତା। ଫନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା କଳିଙ୍ଗ ଷ୍ଟାଡିୟମର ମରାମତି ଆରମ୍ଭ ହୋଇଛି। ଫନିରେ ତୀବ୍ର ପବନ ଓ ବର୍ଷା ପାଇଁ ଅନେକ ସ୍ଥାନରେ ଟର୍ଫ କଟି ନଷ୍ଟ ହୋଇଯାଇଛି। ନଷ୍ଟ ହୋଇଥିବା ଟର୍ଫକୁ କାଟି ଦିଆଯାଇ ସେଠାରେ ନୂଆ ଟର୍ଫ ପକାଯାଉଛି। ଏଫଆଇଏଚ୍‌ ସିରିଜ୍‌ ଫାଇନାଲ ଲାଗି ଆସନ୍ତା ୨୫ରୁ ଦଳ ପହଞ୍ଚିବା ଆରମ୍ଭ କରିବେ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.