Below header

ଘରେ ଠାକୁର ପୂଜା କରୁଥିବା ବେଳେ ଲାଗିଗଲା ନିଆଁ ଜଳିଗଲେ ଶାଶୁ ବୋହୂ

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଅଘଟଣ ଘଟିଛି । ଘରେ ଠାକୁର ପୂଜା କରୁଥିବା ବେଳେ ନିଆଁ ଲାଗି ଜଳିଗଲେ ଶାଶୁ ବୋହୂ । ସେମାନଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ୩ ଜଣ ମଧ୍ଯ ଆହତ ହୋଇଥିବା ସୂଚନା ମିଳିଛି

ଯାଜପୁର ରୋଡ଼(କେନ୍ୟୁଜ୍):   ନିଆଁରେ ପୋଡ଼ି ଶାଶୁ-ବୋହୂ ଗୁରୁତର । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଅଘଟଣ ଘଟିଛି । ଘରେ ଠାକୁର ପୂଜା କରୁଥିବା ବେଳେ ନିଆଁ ଲାଗି ଜଳିଗଲେ ଶାଶୁ ବୋହୂ । ସେମାନଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ୩ ଜଣ ମଧ୍ଯ ଆହତ ହୋଇଥିବା ସୂଚନା ମିଳିଛି । ଗାଁର କମଳା କାନ୍ତ ସ୍ୱାଇଁଙ୍କ ଘରେ ଗ୍ୟାସ ଡେଲିଭରି କର୍ମଚାରୀ ଗ୍ୟାସ ଟାଙ୍କି ଦେଇ ଯାଇଥିଲେ। ଏହି ଟାଙ୍କିରେ କମଳାକାନ୍ତ ରେଗୁଲେଟର ଲଗାଇବା ସମୟରେ ଅଘଟଣ ଘଟିଥିଲା ।

ରେଗୁଲେଟର ଲଗାଇବା ସମୟରେ ସେଥିରୁ ଗ୍ୟାସ ବାହାରି ପୁରା ଘରେ ଖେଳେଇ ହୋଇ ଯାଇଥିଲା । ସମସ୍ତ ଆହତଙ୍କୁ ତୁରନ୍ତ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଶାଶୁ ବୋହୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥିତ ଏସସିବିକୁ ସ୍ଥାନାନ୍ତର କରାଯାଇଛି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.