Below header

ରାସ୍ତା କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ଯା ସନ୍ଦେହ

ଜଗତସିଂହପୁର(କେନ୍ଯୁଜ୍): କନ୍ଦରପୁର ମାଛଗାଁ ରାସ୍ତା ସେକପାଟଣା ନୂଆପୋଲ ନିକଟସ୍ଥ ରାସ୍ତା କଡରୁ ଯୁବକଙ୍କ ମ୍ତ ଦେହ ଉଦ୍ଧାର। ସୂଚନା ମୁତବାକ ଯୁବକ ଜଣକ ହେଉଛନ୍ତି ସଲାମ ଅଲ୍ଲୀ ସାହା। ସଲାମଙ୍କ ପୈତୃକ ଘର ଏରସମା ଗଡବିଂଶପୁର କୋଷ୍ଠିକୋଳଦା ଗ୍ରାମ ବୋଲି ଜଣା ପଡିଛି। କିଛି ବର୍ଷ ହେବ ସଲାମ ସେକପାଟଣା ଶ୍ବଶୁର ଘରେ ରହି ଆସୁଥିଲେ।

ରିପୋର୍ଟ ଅନୁଯାୟୀ ଗତକାଲି ରାତିରେ ନୂଆପୋଲ ବଜାରକୁ ଆସିଥିବା ବେଳେ ଅଜଣା ଗାଡି ଧକ୍କାରେ ସଲାମଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜଜଗତସିଂହପୁର ଥାନା ଅଧିକାରୀ ରଜନୀ କାନ୍ତ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ଯବଚ୍ଛେଦ ପାଇଁ ମୁଖ୍ଯ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.