ମଦ୍ଯପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ, ଭାରସାମ୍ଯ ହରାଇ ବିଲରେ ପଶିଲା କୋଭିଡ ଆମ୍ବୁଲାନ୍ସ

ଆଠଗଡ(କେନ୍ଯୁଜ୍): ବିଲରେ ପଶିଗଲା କୋଭିଡ ଆମ୍ବୁଲାନ୍ସ। କୋଭିଡ ଟେଷ୍ଟ ସେଣ୍ଟରରୁ ସ୍ବାବ ଟେଷ୍ଟ ଯେସଣ୍ଟରରେ ଛାଡି ଅନ୍ଯତ୍ର ପ୍ରବାସୀଙ୍କୁ ନେବାକୁ ଆସୁଥିବା ଆମ୍ବୁଲାନ୍ସ ଭାରସାମ୍ଯ ହରାଇ ବିଲରେ ପଶିଯାଇଥିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ଖୁଣ୍ଟୁଣୀ ଅଞ୍ଚଳରେ।

ସୂଚନା ମୁତାବକ ଆଜି ଆଠଗଡ ଗୋବରା TMC ଠାରେ ସ୍ବାବ ଟେଷ୍ଟ କରାଯାଉଥିବା ବେଳେ ବିଭିନ୍ନ ସେଣ୍ଟରରେ ଥିବା ପ୍ରବାସୀଙ୍କୁ ସ୍ବାବ ଟେଷ୍ଟ ପାଇଁ ଆମ୍ବୁଲାନ୍ସ ଯୋଗେ ସେଠାକୁ ନିଆଯାଇଥିଲା। ଏହି କାର୍ଯ୍ଯ ପାଇଁ ନିଯୁକ୍ତ ଥିବା ଗାଡିର ଡ୍ରାଇଭର ମଦ୍ଯପ ଥିବାରୁ ଗାଡିଟି ବିଲରେ ପଶିଯାଇଥିଲା। ସେହି ସମୟରେ ଗାଡି ଭିତରେ କେହି ନଥିବା ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.