ଆଜି ରଜ ସଜବାଜ, ଚଳିତ ବର୍ଷ କରୋନା ପାଇଁ ଫିକା ପଡିବ ଦୋଳି ଖେଳର ମଜା

ଭୁବନେଶ୍ବର: ଆଜି ସଜବାଜ। ଆସନ୍ତାକାଲି ପହିଲି ରଜ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ସ୍ଥିତି ଦେଖି ଲକ୍‌ଡାଉନ୍‌ ଯୋଗୁ ଫିକାପଡିଛି ରଜ । ଏଥର ଦେଖିବାକୁ ମିଳିବନି ଦୋଳି ଖେଳର ମଜା । ତେବେ କେନ୍ଦୁଝର ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନ୍‌ ୧୬ ଯାଏଁ କଡା କଟକଣା ଜାରି କରାଯାଇଛି । ଏହାସହ ବାଲେଶ୍ୱର ଓ ଢେଙ୍କାନାଳରେ ମଧ୍ୟ କଟକଣା ଲାଗୁ ହୋଇଛି ।

ତେବେ ଚଳିତ ରଜରେ ମେଳା ମହୋତ୍ସବ ଆୟୋଜନ ଉପରେ ବି କଟକଣା ଜାରି ହୋଇଛି। ଗତକାଲି କିଣାକିଣି ପାଇଁ ରାଜ୍ୟ ସରକାର କର୍ଫ୍ୟୁରେ ୩ ଘଣ୍ଟା କୋହଳ କରିଥିଲେ । ହେଲେ ଲୋକମାନେ ସାମଜିକ ଦୂରତା ନମାନି ବିଭିନ୍ନ ମାର୍କେଟର ଭିଡ ଜମାଉଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ରାଜଧାନୀରେ ମାର୍କେଟ ବିଲ୍‌ଡିଙ୍ଗ ଓ ୧ ନମ୍ବର ହାଟକୁ ସିଲ୍‌ କରିଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.