Below header

ସାମାନ୍ୟ ବଢିଛି ସୁନା ଦର, ୧୦ ଗ୍ରାମ ପ୍ରତି ରହିଛି ଏତିକି ଟଙ୍କା

ଗତକାଲି ସର୍ବଭାରତୀୟ ସ୍ତରରେ ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ମାତ୍ର ୧୦ ଟଙ୍କା ବୃଦ୍ଧି ପାଇ ୪୬,୨୧୦ ଟଙ୍କାରୁ ୪୬,୨୨୦ ଟଙ୍କା ଛୁଇଁଛି । ଠିକ ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ବି ସମାନ ଭାବେ ମାତ୍ର ୧୦ ଟଙ୍କା ବଢି ୪୭,୧୧୦ ଟଙ୍କାରୁ ୪୭,୧୨୦ ଟଙ୍କାରେ ପହଂଚିଛି । ଅନୁରୂପ ଭାବେ ଦେଶର ଅନ୍ୟାନ ପ୍ରମୁଖ ସହର ଗୁଡିକରେ ବି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ମୁମ୍ବାଇରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୫୪୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୬,୪୧୦ ଟଙ୍କା ରହିଛି ।

ସେହିପରି ଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୪୬,୦୬୦ ଟଙ୍କା ଓ ୪୭,୩୬୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୩୮୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୪୯,୫୧୦ ଟଙ୍କା ରହିଛି । ଯେବେକି କୋଲକାତାରେ ଏହି ଦର ଯଥାକ୍ରମେ ୪୬,୨୬୦ ଟଙ୍କା ଓ ୪୭,୭୬୦ ଟଙ୍କା ରହିଛି | ଓଡିଶା ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୫,୩୮୦ ଟଙ୍କା ଓ ୪୯୫୧୦ ଟଙ୍କା ରହିଛି ।

ଅନ୍ୟପକ୍ଷରେ ଭାରତୀୟ ବଜାରରେ ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦର ସାମାନ୍ୟ ହ୍ରାସ ପାଇଛି | କିଲୋଗ୍ରାମ ପ୍ରତି ଏହି ଦର ୫୦ ଟଙ୍କା ଖସି ୪୮,୫୧୦ରୁ ୪୮,୪୬୦ ରେ ପହଂଚିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ୦.୩୦ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପ୍ରତି ୧୭୩୪.୬୦
ଡ଼ଲାରରେ ସ୍ଥିର ରହିଛି । ଅନ୍ୟପକ୍ଷରେ ରୂପା ଦର ବି ରୂପା ଦର ବି ୧.୨୫ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପ୍ରତି ୧୭.୭୦ ଡ଼ଲାରରେ ସ୍ଥିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.