Below header

ନଦୀ ପଠାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭଯୋଗ ଆଣିଲେ ପରିବାର

ନଦୀପଠାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଯାଜପୁର ଦଶରଥପୁର ଥାନା ମଲ୍ଲିକାପୁର ପଂଚାୟତ କାଣିନଦୀ ପଠାରୁ ମୃତଦେହ ମିଳିଛି। ମୃତକ ହେଲେ ମହାନ୍ତିପାଟଣା ଗାଁର ସବ୍ୟସାଚୀ ନାୟକ।

ଯାଜପୁର ଟାଉନ : ନଦୀପଠାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଯାଜପୁର ଦଶରଥପୁର ଥାନା ମଲ୍ଲିକାପୁର ପଂଚାୟତ କାଣିନଦୀ ପଠାରୁ ମୃତଦେହ ମିଳିଛି। ମୃତକ ହେଲେ ମହାନ୍ତିପାଟଣା ଗାଁର ସବ୍ୟସାଚୀ ନାୟକ।

ତାଙ୍କୁ ହତ୍ୟା କରାଯାଇଥିବା ଅଭଯୋଗ କରିଛନ୍ତି ପରିବାର ଲୋକ । ସବ୍ୟସାଚୀ ଗତକାଲିଠୁ ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ମିଳିଛି। ଦଶରଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଛି।

ସବ୍ୟସାଚୀ ଗତକାଲି ଠାରୁ ନିଖୋଜ ଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ବାଉଁଶ ବାଡ଼ିରେ ଆଜି ଏକ ମୃତ ଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଦଶରଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିବା ପରେ ମୃତ ଶରୀର ଜବତ କରିଛି।

ସେପଟେ ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ନିଶା କାରବାର ହେଉଥିବାରୁ ନିଶାଶକ୍ତ ଅବସ୍ଥାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସାଇଣ୍ଟିଫିକ ଟିମ୍ ର ସହାୟତା ଲୋଡ଼ି ତଦନ୍ତ ଆରମ୍ଭ କରଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.