କାବେରୀ ଜଳ ବିବାଦ ଘନେଇଲା; ଆଜି ବେଙ୍ଗାଲୁରୁ ବନ୍ଦ, ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଘୋଷଣା

କାବେରୀ ଜଳ ଆବଣ୍ଟନକୁ ନେଇ କର୍ଣ୍ଣାଟକ ଏବଂ ତାମିଲନାଡୁରେ ବିବାଦ ଘନେଇବାରେ ଲାଗିଛି। ଏହାକୁ ନେଇ କର୍ଣ୍ଣାଟକର କୃଷକ ସଂଗଠନ ଆଜି ବେଙ୍ଗାଲୁରୁ ବନ୍ଦ ଘୋଷଣା କରିଛି। କୃଷକ ସଂଗଠନ ଦ୍ୱାରା ଏହି ବନ୍ଦ ଘୋଷଣାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁର ଅନେକ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

କାବେରୀ ଜଳ ଆବଣ୍ଟନକୁ ନେଇ କର୍ଣ୍ଣାଟକ ଏବଂ ତାମିଲନାଡୁରେ ବିବାଦ ଘନେଇବାରେ ଲାଗିଛି। ଏହାକୁ ନେଇ କର୍ଣ୍ଣାଟକର କୃଷକ ସଂଗଠନ ଆଜି ବେଙ୍ଗାଲୁରୁ ବନ୍ଦ ଘୋଷଣା କରିଛି। କୃଷକ ସଂଗଠନ ଦ୍ୱାରା ଏହି ବନ୍ଦ ଘୋଷଣାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁର ଅନେକ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

ସହରର ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ କୃଷକ ସଂଗଠନ ସେପ୍ଟେମ୍ବର ୨୯ରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି। କହି ରଖୁଛୁ, ତାମିଲନାଡୁକୁ ସରକାରଙ୍କର ଜଳ ଯୋଗାଣ ନିଷ୍ପତ୍ତିକୁ କୃଷକ ସଂଗଠନ ବିରୋଧ କରୁଛି।

କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ କାବେରୀ ଜଳ ବିବାଦ ଦୀର୍ଘ ଦିନରୁ ଚାଲିଆସୁଛି। ସ୍ୱାଧୀନତା ପୂର୍ବରୁ ୧୮୯୨ ଓ ୧୯୨୪ରେ ମାଡ୍ରାସ ପ୍ରେସିଡେନ୍ସି ଏବଂ ମୈସୁର ସାମ୍ରାଜ୍ୟ ମଧ୍ୟରେ ଦୁଇଟି ଚୁକ୍ତିନାମା ହୋଇଥିଲା। ଦୁଇ ପ୍ରିନ୍ସଲି ରାଜ୍ୟ ମଧ୍ୟରେ କାବେରୀ ନଦୀର ଜଳ ଆବଣ୍ଟନକୁ ନେଇ ଚୁକ୍ତିନାମା ହୋଇଥିଲା।

ସ୍ୱାଧୀନତା ପରେ ମଧ୍ୟ କାବେରୀ ଜଳ ବିବାଦ ଲାଗି ରହିଥିଲା। ବିବାଦର ସମାଧାନ ପାଇଁ ୧୯୯୦ରେ ଏକ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା, ତଥାପି ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମି ନ ଥିଲା।

ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ୨୦୧୮ରେ ଦେଇଥିବା ରାୟରେ କର୍ଣ୍ଣାଟକକୁ ଜୁନ୍‌ରୁ ମେ’ ମଧ୍ୟରେ ତାମିଲନାଡୁକୁ ୧୭୭ ଟିଏମସି ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ତାମିଲନାଡୁ କର୍ଣ୍ଣାଟକରୁ ୧୫,୦୦୦ କ୍ୟୁସେକ୍ ଅଧିକ ପାଣି ଦାବି କରୁଥିବା ବେଳେ ଟ୍ରିବ୍ୟୁନାଲ କର୍ଣ୍ଣାଟକକୁ ୧୦ ହଜାର କ୍ୟୁସେକ୍ ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।

ତାମିଲନାଡୁ ଅଭିଯୋଗ କରିଛି ଯେ କର୍ଣ୍ଣାଟକ ଏ ପର୍ଯ୍ୟନ୍ତ ୧୦,୦୦୦ କ୍ୟୁସେକ୍ ପାଣି ଛାଡି ନାହିଁ। ସେପଟେ କର୍ଣ୍ଣାଟକର କହିବା ହେଲା, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେବା କାରଣରୁ କାବେରୀ ନଦୀରେ ପର୍ଯ୍ୟାପ୍ତ ଜଳ ଭଣ୍ଡାର ନାହିଁ। ଏଭଳି ପରିସ୍ଥିତିରେ ତାମିଲନାଡୁ ପାଇଁ ଏତେ ପରିମାଣର ଜଳ ଛାଡିବା ସମ୍ଭବ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.