ମେକ୍ସିକୋରେ ଦୁଇ ବିମାନ ଧକ୍କା, ନିଆଁ ଲାଗିବା ଯୋଗୁଁ ୫ ମୃତ

ମେକ୍ସିକୋର ଉତ୍ତରୀ ରାଜ୍ୟ ଡୁରାଙ୍ଗୋରେ ଦୁଇଟି ବିମାନ ଧକ୍କା ହେବା ଯୋଗୁଁ ଜଣେ ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ଗୋଟେ ବିମାନ ଅବତରଣ କରୁଥିବା ବେଳେ ଅନ୍ୟଟି ଉଡାଣ ଭରୁଥିଲା । ଫଳରେ ଦୁର୍ଘଟଣା ହୋଇଥିଲା 

ମେକ୍ସିକୋର ଉତ୍ତରୀ ରାଜ୍ୟ ଡୁରାଙ୍ଗୋରେ ଦୁଇଟି ବିମାନ ଧକ୍କା ହେବା ଯୋଗୁଁ ଜଣେ ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ଗୋଟେ ବିମାନ ଅବତରଣ କରୁଥିବା ବେଳେ ଅନ୍ୟଟି ଉଡାଣ ଭରୁଥିଲା । ଫଳରେ ଦୁର୍ଘଟଣା ହୋଇଥିଲା

ସୂଚନା ଅନୁଯାୟୀ, ସୋମବାର ଦିନ ସକାଳେ ଡୁରାଙ୍ଗୋ ଲାଗ୍ଲେଲାନାସିଟା ସହରରେ ଥିବା ଏକ ଛୋଟ ରନୱେରେ ହୋଇଛି । ଏହି ରନୱେରେ ବହୁତ ମଇଳା ଥିବାରୁ ବିମାନ ଦୁର୍ଘଟଣା ହୋଇଥିଲା । ଗୋଟେ ବିମାନ ଅବତରଣ କରୁଥିବା ବେଳେ ଅନ୍ୟଟି ଉଡାଣ ଭରୁଥିଲା । ଫଳରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଥିଲା ଫଳରେ ଏଥିରେ ଥିବା ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର କାରଣ ଯାଞ୍ଚ ଚାଲିଛି ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ବ୍ରାଜିଲର ଆମାଜନ ଜଙ୍ଗଲରେ ଏକ ବିମାନ ଦୁର୍ଘଟଣା ଘଟିଥିଲା । ଏଥିରେ ଥିବା ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ବିମାନଟି ଅମେଜନାସର ରାଜଧାନୀ ମନୋସରୁ ଉଡାଣ ଭରିଥିଲା । କିନ୍ତୁ ପ୍ରବଳ ବର୍ଷାରେ ଅବତରଣ ନ କରିପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମିଡିଆ ଅନୁସାରେ, ଯାତ୍ରୀମାନଙ୍କ ମଧ୍ୟରେ ବ୍ରାଜିଲର ପର୍ଯ୍ୟଟକ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.