Below header

ଏସୀୟ କ୍ରୀଡା : ଅଶ୍ୱଚାଳନାରେ ଭାରତକୁ ମିଳିଲା ସ୍ୱର୍ଣ୍ଣ, ଭାରତର ୩ୟ ସ୍ୱର୍ଣ୍ଣ

ଭାରତୀୟ ଅଶ୍ୱଚାଳନା ଟିମ୍‌ ୪୧ ବର୍ଷ ପରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ଜିତିଛି ଅଶ୍ୱଚାଳନା ଟିମ୍‌ । ଏହାସହିତ ଏସୀୟ କ୍ରୀଡାରେ ଭାରତ ୩ୟ ସ୍ୱର୍ଣ୍ଣ ଜିତିଛି ।

ଏସୀୟ କ୍ରୀଡାର ତୃତୀୟ ଦିନରେ ଭାରତକୁ ଏକ ସ୍ୱର୍ଣ୍ଣ ମିଳିଛି । ଅଶ୍ୱଚାଳନାରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ଭାରତୀୟ ଅଶ୍ୱଚାଳନା ଟିମ୍‌ ୪୧ ବର୍ଷ ପରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଭାରତୀୟ ଅଶ୍ୱଚାଳନ ଟିମରେ ସୁଦିପ୍ତ ହଜେଲ, ଦିବ୍ୟକିର୍ତ୍ତୀ ସିଂହ, ଅନୁଶ ଅଗ୍ରଓ୍ଵାଲ ଏବଂ ହୃଦୟ ଚେଡା ଭଲ ପ୍ରଦର୍ଶନ କରି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ।

ଡ୍ରେସେଜ୍ ଇଭେଣ୍ଟର ଫାଇନାଲରେ ଭାରତର ଅଶ୍ୱାରୋହୀ ଅନୁଷ, ସୁଦୀପ୍ତି, ଦିବ୍ୟକୀର୍ତ୍ତି ଓ ହୃଦୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଦଳ ୨୦୯.୨୦୫ ପଏଣ୍ଟ ହାସଲ କରିଛି। ଦିବ୍ୟା କୀର୍ତ୍ତି୬୮.୧୭୬ ପଏଣ୍ଟ, ହୃଦୟ ୬୯.୯୪୧ ପଏଣ୍ଟ ଓ ଅନୁଷ ୭୧.୦୮୮ ପଏଣ୍ଟ ପାଇଛନ୍ତି।

 

ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍‌ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏସୀୟ ଗେମ୍ସ-୨୦୨୩ରେ ୧୦ ମିଟର ପୁରୁଷ ଏୟାର ରାଇଫଲ ବର୍ଗରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଐଶ୍ବର୍ଯ୍ୟ ପ୍ରତାପ ସିଂ ତୋମାର୍‌ ୧୦ ମିଟର ପୁରୁଷ ରାଇଫଲ ଫାଇନାଲ୍‌ ଇଣ୍ଡିଭିଜୁଆଲ୍‌ ଇଭେଣ୍ଟ୍‌ରେ ବ୍ରୋଞ୍ଜ ଜିତିଥିଲେ। ଏହାଛଡ଼ା ଆମ ଦେଶ ୨୫ ମିଟର୍‌ ରାପିଡ୍‌ ଫାୟାର୍‌ ପିସ୍ତଲରେ ବ୍ରୋଞ୍ଜ୍‌ ଜିତିଥିଲା। କେବଳ ସେତିକି ନୁହେଁ, ନୌଚାଳନା ବା ରୋଇଂରେ ମଧ୍ୟ ଭାରତ ୨ଟି ବ୍ରୋଞ୍ଜ୍‌ ପଦକ ଜିତିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.