ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ
ଆଜି ସକାଳୁ ସକାଳୁ ସଇଁତଲାରେ ଜାତୀୟ ରାଜପଥ 26 ନୁଆଁବନ୍ଦ ଠାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ରାସ୍ତା କଡ଼ରେ ପଡି ଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ଆମ୍ବପାଲି ପଂଚାୟତ ଅଞ୍ଚଳର।
ଟିଟିଲାଗଡ଼ : ଆଜି ସକାଳୁ ସକାଳୁ ସଇଁତଲାରେ ଜାତୀୟ ରାଜପଥ 26 ନୁଆଁବନ୍ଦ ଠାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ରାସ୍ତା କଡ଼ରେ ପଡି ଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ଆମ୍ବପାଲି ପଂଚାୟତ ଅଞ୍ଚଳର। ସେ ଆମ୍ବପାଲି ଗ୍ରାମର ସରୋଜ ଗହୀର ବୋଲି ଜଣାପଡିଛି ।
ମୃତ ଦେହରେ ଗଭୀର ଆଘାତ ଲାଗିବ ସହ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ସଇଁନ୍ତଲା ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । କୌଣସି ଅଜଣା ଗାଡି ଧକ୍କା ନା ହତ୍ୟା ତାହା ଜଣା ପଡିନ ଥିବା ବେଳେ ସଇଁତଲା ପୋଲିସ ମୃତ ଶରୀରକୁ ଜବତ ସହ ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଦୁର୍ଘଟଣା ଜଣାପଡିନାହିଁ । ଘଟଣା ସ୍ଥଳରେ ଟିଟିଲାଗଡ଼ SDPO ଅଙ୍କିତା କୁମ୍ଭାର ପହଁଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।