IIT Bombayରେ ଭେଜ୍‌ ଟେବୁଲ୍‌ରେ ଆମିଷ ଖାଇବାକୁ ନେଇ ହଙ୍ଗାମା, ୧୦,୦୦୦ ଟଙ୍କା ଜରିମାନା ଗଣିବେ ଛାତ୍ରଛାତ୍ରୀ

ଆଇଆଇଟି ବମ୍ବେ ବର୍ତ୍ତମାନ ନିଜ ଫୁଡ୍‌ ପଲିସିକୁ ନେଇ ଚର୍ଚ୍ଚାରେ ରହିଛି। ସୂଚନା ମୁତାବକ, ଶିକ୍ଷାନୁଷ୍ଠାନର ମେସ୍‌ରେ ଆମିଷ ଖାଇବା ଯୋଗୁ ଛାତ୍ରଛାତ୍ରୀଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ଲାଗିଛି। ଛାତ୍ରଛାତ୍ରୀମାନେ ଖାଦ୍ୟ ନିୟମ ପାଳନ ନ କରିବା ନେଇ ଶିକ୍ଷାନୁଷ୍ଠାନ ଅଭିଯୋଗ କରିଛି।

ଆଇଆଇଟି ବମ୍ବେର ମେସ୍‌ରେ ଶାକାହାରୀ ଭୋଜନ ପାଇଁ ଅଲଗା ଟେବୁଲ୍‌ ରହିଛି। ଏହି ଟେବୁଲ୍‌ ଉପରେ ଆମିଷ ଖାଦ୍ୟ ଖାଇବା ମାମଲାରେ ଛାତ୍ରଛାତ୍ରୀଙ୍କ ଉପରେ ଜରିମାନା ଲଗାଯାଇଛି। ଏବେ ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ନାନା ପ୍ରଶ୍ନ ଉଠାଯାଉଛି।

ଶିକ୍ଷାନୁଷ୍ଠାନର ହଷ୍ଟେଲ୍‌ ନମ୍ବର ୧୨, ୧୩ ଏବଂ ୧୪ର ମିଳିତ ମେସ୍‌ ରହିଛି। ଏହି ମେସ୍‌ରେ କାଉନ୍‌ସିଲ ତରଫରୁ ୬ଟି ଟେବୁଲ୍‌ ଶାକାହାରୀ ଖାଦ୍ୟ ଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରଖାଯାଇଛି। ଏହାକୁ ଜୈନ ମେନୁ ଆଧାରରେ ପ୍ରସ୍ତୁତ କରାଯାଇଛି।

ସେପ୍ଟେମ୍ବର ୨୮ରେ ଆମ୍ବେଦକର ପେରିୟାର ଫୁଲେ ଷ୍ଟଡି ସର୍କିଲ୍‌ର କିଛି ଛାତ୍ରଛାତ୍ରୀ ଭେଜ୍‌ ଟେବୁଲ୍‌କୁ କବ୍‌ଜା କରି ନେଇଥିଲେ ଏବଂ ଟେବୁଲ୍‌ ଅଲଗା ରଖାଯିବାକୁ ବିରୋଧ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଭେଜ୍‌ ଟେବୁଲ୍‌ ଅଲଗା ରଖି ମୁସଲମାନ, ଦଳିତ ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଲଗା କରାଯାଉଛି।

ଏ ସମ୍ପର୍କରେ ମେସ୍‌ କମିଟିକୁ ଅବଗତ କରାଯିବା ପରେ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇଆଇଟି ବମ୍ବେର ମେସ୍‌ କାଉନସିଲ ଛାତ୍ରଛାତ୍ରୀଙ୍କ ନାମରେ ଗୁରୁତ୍ୱପୂର୍ଣ୍ଣ ନୋଟିସ୍‌ ଜାରି କରିଛି। କାଉନସିଲର କହିବା ହେଲା, ଯଦି କୌଣସି ଛାତ୍ର କଲେଜର ଫୁଡ୍‌ ପଲିସି ପାଳନ ନ କରିବେ, ତେବେ ତାଙ୍କ ବିରୋଧରେ ୧୦,୦୦୦ ଟଙ୍କା ଜରିମାନା ଲାଗିବ।