ଲଗାଣ ବର୍ଷାରେ ବାଂଶପାଳ ରାଇଗୋଡାରୁ ଆମୁଣି ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ରାଇଗୋଡାରୁ ଆମୁଣି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଇଗୋଡ଼ା- ଆମୁଣି ରାସ୍ତାର ଅଁରା ଠାରେ ଥିବା ବ୍ରାହ୍ମଣୀ ନାଳ ଉପରେ ୨ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ।

ବାଂଶପାଳ : ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ରାଇଗୋଡାରୁ ଆମୁଣି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଇଗୋଡ଼ା- ଆମୁଣି ରାସ୍ତାର ଅଁରା ଠାରେ ଥିବା ବ୍ରାହ୍ମଣୀ ନାଳ ଉପରେ ୨ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ବିପଦପୂର୍ଣ୍ଣ ଭାବେ କିଛି ଗାଡି ଯାତାୟାତ କରୁଛନ୍ତି ଓ ଅନ୍ୟ କିଛି ଗାଡି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ।

ନାଳ ଉପରେ ପାଣି ଚାଲିବା ଫଳରେ ଆଖପାଖର ୫ ରୁ ୬ ଟି ଗାଁକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିଭଳି ଫୁଲଝର ପଞ୍ଚାୟତ କେନ୍ଦୁଘଟି ଗାଁ ଓ ତଳ କାଦକଳା ପଞ୍ଚାୟତ ହଳଡିସାହି ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.