ବ୍ୟାଙ୍କକ୍‌ର ବଡ଼ ମଲ୍‌ରେ ଆଖିବୁଜା ଗୁଳି ଚଳାଇଲେ ୧୪ ବର୍ଷର ନାବାଳକ; ୪ ଜଣଙ୍କ ମୃତ୍ୟୁ

ଥାଇଲାଣ୍ଡର ବ୍ୟାଙ୍କକ୍‌ସ୍ଥିତ ଏକ ବଡ଼ ମଲ୍‌ରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମଲ୍‌ରେ ମୁତୟନ ସୁରକ୍ଷାକର୍ମୀ ୧୪ ବର୍ଷର ଜଣେ ନାବାଳକଙ୍କୁ କାବୁ କରି ନେଇଛନ୍ତି। ସେପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ ମୁତାବକ, ବ୍ୟାଙ୍କକ୍‌ର ମେଟ୍ରାପଲିଟାନ୍‌ ପୋଲିସ ଡିଟେକ୍ଟିଭ୍‌ ଡିପାର୍ଟମେଣ୍ଟ ଫେସ୍‌ବୁକରେ ସିୟାମ୍‌ ପାରାଗନ୍‌ ମଲ୍‌ରେ ନାବାଳକଙ୍କ ଗିରଫଦାରୀ ନେଇ ସୂଚନା ସେୟାର କରିଛି। ଏହା ପୂର୍ବରୁ ସେଠାକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନିଜ ଫେସ୍‌ବୁକ ପେଜ୍‌ରେ ଜଣେ ବ୍ୟକ୍ତିଙ୍କ ଝାପ୍‌ସା ଫଟୋ ପୋଷ୍ଟ୍‍ କରିଥିଲା, ଯିଏକି ଖାକି କାର୍ଗୋ ପ୍ୟାଣ୍ଟ୍‌ ସହ ବେସ୍‌ବଲ ଟୋପି ପିନ୍ଧିଥିଲେ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋ ଏବଂ ଭିଡିଓରେ ଲୋକମାନେ ପିଲାଛୁଆ ଧରି ମଲ୍‌ରୁ ବାହାରୁଥିବା ଦେଖିବାକୁ ମିଳୁଛି। ସୁରକ୍ଷା କର୍ମୀମାନେ ଲୋକଙ୍କୁ ମଲ୍‌ରୁ ବାହାରିବାରେ ସାହାଯ୍ୟ କରୁଛନ୍ତି। ସେପଟେ ଘଟଣାରେ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ ଶ୍ରେଥା ଥାବିସିନ୍‌ କହିଛନ୍ତି, ମୁଁ ସିୟାମ୍‌ ପାରାଗନ୍‌ ଗୁଳିକାଣ୍ଡ ଘଟଣା ବିଷୟରେ ଅବଗତ ହୋଇଛି। ଏ ନେଇ ପୋଲିସକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସାର୍ବଜନିକ ସୁରକ୍ଷାକୁ ନେଇ ମୁଁ ସବୁଠୁ ଅଧିକ ଚିନ୍ତିତ ଅଛି।