Below header

କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି, ଟାଇମ୍ସ ନାଓ ଇଟିଜି ସର୍ଭେ

କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି। ଆଜି ଲୋକସଭା ନିର୍ବାଚନ ହେଲେ ଏଭଳି ରେଜଲ୍ଟ ଦେଖିବାକୁ ମିଳିପାରେ। ଟାଇମ୍ସ ନାଓ-ETGର ଓପିନିଅନ୍ ପୋଲରେ ଏହି ଅନୁମାନ କରାଯାଇଛି।

କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି। ଆଜି ଲୋକସଭା ନିର୍ବାଚନ ହେଲେ ଏଭଳି ରେଜଲ୍ଟ ଦେଖିବାକୁ ମିଳିପାରେ। ଟାଇମ୍ସ ନାଓ-ETGର ଓପିନିଅନ୍ ପୋଲରେ ଏହି ଅନୁମାନ କରାଯାଇଛି। ସର୍ଭେ ଦର୍ଶାଇଛି, ଓଡ଼ିଶାରେ ବଢିବ ବିଜେଡି ସିଟ୍ ସଂଖ୍ୟା ।

୧୩ରୁ ୧୫ ଲୋକସଭା ଆସନ ପାଇବ ବିଜେଡି । ଗତ ଅଗଷ୍ଟରେ ଟାଇମ୍ସ ନାଓ ଇଟିଜି ସର୍ଭେ କହିଥିଲା ବିଜେଡିକୁ ୧୨ରୁ ୧୪ ଲୋକସଭା ଆସନ ମିଳିପାରେ । ସେହିପରି ଓପିନିଅନ୍ ପୋଲ କେନ୍ଦ୍ରରେ ଏନଡିଏକୁ ୨୯୭ରୁ ୩୧୭ ଓ ଇଣ୍ଡିଆ ମେଣ୍ଟକୁ ୧୬୫ରୁ ୧୮୫ ସିଟ୍ ମିଳିବ ବୋଲି କହିଛି ।

ଅର୍ଥାତ ଏବେର ଓପିନିଅନ୍ ପୋଲ୍ କହୁଛି ଧୀରେ ଧୀରେ ବଢୁଛି ବିଜେଡିର ସିଟ୍ ସଂଖ୍ୟା । ୨୦୧୯ରେ ବିଜେଡି ୨୧ରୁ ହାତେଇଥିଲା ୧୨ଟି ଲୋକସଭା ଆସନ । ବିଧାନସଭାରେ ଦଳ ୧୧୨ ସିଟରେ ବିଜୟୀ ହୋଇଥିଲା ।

ଅର୍ଥାତ ବିଧାନସଭାରେ ୭୬ ପ୍ରତିଶତ ଓ ଲୋକସଭାରେ ୫୬ ପ୍ରତିଶତ ସିଟ୍ ଅକ୍ତିଆର କରିଥିଲା ବିଜେଡି । ଏବେ ଓପିନିଅନ୍ ପୋଲ୍ ଅନୁସାରେ ବିଜେଡି ୧୩ରୁ ୧୫ ଆସନ ପାଇଲେ ବିଧାନସଭାରେ ବି ସିଟ୍ ସଂଖ୍ୟା ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.