Below header

ଘଟଗାଁ : ଜଙ୍ଗଲରୁ ହରିଣର ମୃତ ଦେହ ଉଦ୍ଧାର

ଘଟଗାଁ(କେନ୍ଯୁଜ୍) : ଘଟଗାଁ ବନାଚଂଳ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ଏକ ଅଣ୍ଡିରା ହରିଣ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ନିକଟ ଅର୍ଜୁନବିଲା ଗ୍ରାମକୁ ଚାଲିଆସିଥିଲା । ଗ୍ରାମବାସୀ ହରିଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହିଚିଁ ହରିଣଟିକୁ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇ କିଛି ସମୟ ପାଇଁ ହରିଣଟିର ଗତିପଥ ଉପରେ ନଜର ରଖିଥିଲେ ।

ମାତ୍ର ପ୍ରାୟ ଏକ ଘଣ୍ଟାପରେ ହରିଣଟି ଦୌଡି ଦୌଡି ଆସି ବନବିଭାଗ ଜଗିଥିବା ସ୍ଥାନର ଅଳ୍ପକିଛି ଦୂରରେ ହରିଣଟି ଚେତାଶୁନ୍ୟ ହୋଇପଡିଯାଇଥିଲା । ତୁରନ୍ତ ତାକୁ ଉଦ୍ଧାର କରାଯାଇ ବନବିଭାଗ କାର୍ଯ୍ୟଳୟକୁ ଅଣାଯାଇଥିଲା । ଡାକ୍ତର ପହଚିଁ ହରିଣଟିର ଚିକିସôା କରିଥିଲେ ମାତ୍ର ତାର ଘଟିଥିଲା । ପରେ ହରିଣଟିର ଶବ ବ୍ୟବଚ୍ଛେଦ କରି ବନବିଭାଗ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି । ଅତ୍ୟଧିକ ଗରମ ସାଙ୍ଗକୁ ଅଧିକ ଦୌଡିବା ଯୋଗୁ ହୃଦଘାତରେ ହରିଣଟିର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାସ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.