Below header

ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ସେନେଇ ଆଜି ଆସିବ ନିଷ୍ପତ୍ତି, ସାଢେ ୧୧ ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

କେନ୍ୟୁଜ୍(ବ୍ୟୁରୋ): ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ସେନେଇ ଆଜି ଆସିବ ନିଷ୍ପତ୍ତି। ସବୁ ରାଜ୍ୟ ଶିକ୍ଷା ମନ୍ତ୍ରୀ, ସଚିବ ଓ ପରିଷଦର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବେ ୪ କେନ୍ଦ୍ର ମନ୍ତ୍ରୀ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ୩୦ରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଦ୍ୱାଦଶ ପରୀକ୍ଷା ସମ୍ବନ୍ଧରେ ନିଷ୍କର୍ସ ବାହାରିବା ସମ୍ଭାବନା ରହିଛି।

cbse exam

ଯଦି ପରୀକ୍ଷା ହେବ ତାହେଲେ କିଭଳି କରାଯିବ ସେନେଇ ଆଲୋଚନା କରାଯିବ। ବୈଠକରେ ଓଡିଶାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ସହ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭୂପେନ୍ଦ୍ର ସିଂ ପୁନିଆ ଯୋଗ ଦେବାର ସୁଚନା ରହିଛି। ସେହିଭଳି ଜେଇଇ ମେନ୍‌, ନିଟ୍‌, ଓ ୟୁପିଏସସି ସିଭିଲ୍‌ ସର୍ଭିସ ପ୍ରିଲିମ୍ସ ପରୀକ୍ଷା ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.