Below header

ବହୁଚର୍ଚ୍ଚିତ ୧୮୦୦ କୋଟି ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ମାମଲା, ଅଭିଯୁକ୍ତ ଦୀପକ ଗୁପ୍ତାକୁ ମିଳିଲା ଗୋଟିଏ ମାସ ପାଇଁ ଅନ୍ତରୀଣ ଜାମିନ

କେନ୍ଦୁଝର: ବହୁଚର୍ଚ୍ଚିତ ୧୮୦୦ କୋଟି ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଆବେଦନ ଖାରଜ ହୋଇଛି । ଷଷ୍ଠ ଥର ପାଇଁ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ପୂର୍ବରୁ ସୁପ୍ରିମକୋର୍ଟ ଦୁଇ ଥର ଜାମିନ ଆବେଦନ ଖାରଜ କରିଥିଲେ । ତେବେ ଗୋଟିଏ ମାସ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି ହାଇକୋର୍ଟ ।

୧୦ଟି ସର୍ତ୍ତ ରଖି ଏହି ଜାମିନ ପ୍ରଦାନ କରାଯାଇଛି । ନଗଦ ୧କୋଟି ଟଙ୍କା ଜମା ଦେବେ । ୨ କୋଟି ଟଙ୍କା ମୁଚାଲିକା ଓ ୨ଜଣ ଜାମିନଦାରଙ୍କ ବଦଳରେ ମିଳିବ ଜାମିନ । କେନ୍ଦୁଝର କୋର୍ଟ ସୀମା ବାହାରକୁ ସେ ଯାଇ ପାରିବେ ନାହିଁ । ନିଜ ପାସପୋର୍ଟ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ଜମା ଦେବେ ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.