ଭାଗ୍ୟର କରାମତି: ଖଣିରେ କାମ କରୁଥିବା ବେଳେ ମିଳିଲା ଦୁଇଟି ଦୁଲର୍ଭ ରତ୍ନ, ବଦଳିଗଲା ଭାଗ୍ୟ

ଆପଣ ନିଜ ଭାଗ୍ୟ ଉପରେ ଭରସା କରନ୍ତି ? ଯଦି ମାନୁନାହାନ୍ତି, ତେବେ ଏହି ଖବର ପଢିଲା ପରେ ନିଶ୍ଚିତ ଭାବେ ଭରସା କରିବେ। ତାଞ୍ଜାନିଆର ଇତିହାସରେ ସବୁଠୁ ବଡ଼ ରତ୍ନପଥର ମିଳିଛି। ଏଥିପାଇଁ ଜଣେ ୫୨ ବର୍ଷିୟ ତାଞ୍ଜାନିଆ ଅଧିବାସୀ ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଯାହର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୨୫ କୋଟି ୩୬ ଲକ୍ଷ ଟଙ୍କା ରହିଛି।

55

ସେ ଖଣିରୁ ପାଇଥିବା ରତ୍ନପଥରଗୁଡ଼ିକର ଓଜନ ୯.୨ ଓ ୫.୮ କିଲୋଗ୍ରାମ। ଉତ୍ତର ତାଞ୍ଜାନୀୟ ଖଣିରୁ ଏହି ରତ୍ନପଥର ମିଳିଛି। ଏହି ଦୁଇଟି ରତ୍ନର ରଙ୍ଗ ବାଇଗଣୀ ଏବଂ ନୀଳ। ଏହା ଦୁଲର୍ଭ ରତ୍ନ। ଏହି ଅବସରରେ ସାନିନ୍ୟୁ ଲାଇଜର୍ ନାମକ ଉକ୍ତ ବ୍ୟକ୍ତି ଗୋଟାଏ ବଡ଼ ପାର୍ଟି ଆୟୋଜନ କରିଛନ୍ତି। ଏହି ଅର୍ଥରେ ସେ ନିଜର ଜନ୍ମିତ ସହର ତାଞ୍ଜାନିଆର ମାନିଆରା ଅନ୍ତର୍ଗତ ସିମୋରିଞ୍ଜୋ ଜିଲ୍ଲାରେ ଗୋଟାଏ ସ୍କୁଲ୍ ଏବଂ ସପିଙ୍ଗ୍ ମଲ୍ ନିର୍ମାଣ କରିବାକୁ ଚାହୁଁଛନ୍ତି।

Min

ଲାଇଜର୍ କହିଛନ୍ତି, ସେ ଏହି ରତ୍ନ ପଥର ସାହାଯ୍ୟରେ ଘର ପାଖରେ ସ୍କୁଲ୍ଟିଏ ବସାଇବାକୁ ଚାହୁଁଛି। ଆଖପାଖରେ ଅନେକ ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସେମାନଙ୍କ ପିଲାଙ୍କୁ ସ୍କୁଲ୍ରେ ପଢ଼ାଇବାକୁ ଅର୍ଥ ନାହିଁ। ରତ୍ନପଥର ମିଳିଥିବା ଘଟଣାରେ ଆନନ୍ଦିତ ହୋଇ ତାଞ୍ଜାନୀୟ ରାଷ୍ଟ୍ରପତି ଜନ୍ ମ୍ୟାଗ୍ଫୁଲି ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ମୁତାବକ, ଏହି ରତ୍ନକୁ ତାଞ୍ଜାନିଆର ଏକ ବ୍ୟାଙ୍କ କିଣିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.