Below header

ଦୀର୍ଘ ଦିନ ପରେ ଆଉଟ ଡୋର ଟ୍ରେନିଂ ଆରମ୍ଭ କଲେ ରୋହିତ ଶର୍ମା, ଏମିତି ଦେଲେ ପ୍ରତିକ୍ରିୟା

ମହାମାରୀ କରୋନା କାରଣରୁ ଦୀର୍ଘ ଦିନ ଛୁଟିରେ ରହିବା ପରେ ଭାରତୀୟ କ୍ରିକେଟ ଦଳର ଉପାଧୀନାୟକ ରୋହିତ ଶର୍ମା ପୁଣି ଠାରେ ମୈଦାନକୁ ଓଲ୍ହାଇଛନ୍ତି । କୋଭିଡ-୧୯ ଲକ ଡାଉନ ପରେ ନିଜ ପ୍ରଥମ ଆଉଟ ଡୋର ଟ୍ରେନିଙ୍ଗ ଆରମ୍ଭ କରିଛନ୍ତି ରୋହିତ । କହିରଖିବା ଉଚିତ ହେବକି, ଏହା ପୂର୍ବରୁ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ମୈଦାନକୁ ଓଲ୍ହାଇଥିବା ବେଳେ ଆଘାତ ପାଇବା କାରଣରୁ ଖେଳରୁ ବିରତ ହୋଇଥିଲେ । ପୁଣି ଥରେ ମୈଦାନକୁ ଓଲ୍ହାଇବା ପରେ ରୋହିତ ନିଜ ଇନ୍ଷ୍ଟଗ୍ରାମ ପେଜରେ ଲେଖିଛନ୍ତିକି, ପାର୍କରେ ପ୍ରାକ୍ଟିସ କରିବାର ଅନୁଭୂତି ଖୁବ ମଜାଦାୟକ ଥିଲା, ଲମ୍ବା ସମୟର ଅବଧି ପରେ ପୁଣି ଥରେ ନିଜକୁ ଅନୁଭବ କରିପାରିଲି ।

 

View this post on Instagram

 

Good to be back on the park getting some work done 🤩 felt like myself after a long time ✅

A post shared by Rohit Sharma (@rohitsharma45) on

 

କିନ୍ତୁ କେଉଁ ମୈଦାନରେ ରୋହିତ ପୁନଶ୍ଚ ଅଭ୍ୟାସ ଆରମ୍ଭ କରିଛନ୍ତି, ସେ ବାବଦରେ ଏହି ପୋଷ୍ଟରୁ ଜଣାପଡିନାହିଁ । ଟିମର ଅନ୍ୟ ଖେଳାଳିଙ୍କ ପରି ରୋହିତ ବି ଗତ ମାର୍ଚ୍ଚ ୨୫ ତାରିଖରୁ ରାଷ୍ଟ୍ରବ୍ୟାପୀ ଲାଗୁ ହୋଇଥିବା ଲକ ଡାଉନ କାରଣରୁ ଘରେ ରହି ସାମାଜିକ ଦୂରତା ପାଳନ କରୁଥିଲେ । ଏହି ନିକଟରେ ହିଁ ତାଙ୍କ ସାଥି ଖେଳାଳି ଚେତ୍ତେଶ୍ୱର ପୂଜାରା ରାଜକୋଟ ଠାରେ ନେଟ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଅନ୍ୟ ପକ୍ଷରେ, ଦ୍ରୁତ ବୋଲର ଶାରଦୁଲ ଠାକୁର ଟ୍ରେନିଂ ଆରମ୍ଭ କରିବାରେ ପ୍ରଥମ ଭାରତୀୟ ଥିଲେ । ସେ ପାଲଘର ଜିଲ୍ଲାର ବଇଶର ଠାରେ ନିଜ ବଲିଙ୍ଗ ପ୍ରାକ୍ଟିସ ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.