ସାଙ୍ଗ ପାଇଁ କରିବେ କର୍ତ୍ତବ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘Dil Bechara’ର ପ୍ରମୋସନ କରିବେ ଏହି ଆକ୍ଟର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସାମୟିକ ନିଧନରେ ସାରା ଦେଶର ସିନେପ୍ରେମୀଙ୍କୁ ଏକ ବଡ ଝଟକା ଲାଗିଛି। ସେହିପରି ଆକ୍ଟରଙ୍କ ଅକସ୍ମାତ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ଅଭିନେତା ରାଜକୁମାର ରାଓ। ସୋସିଆଲ ମିଡିଆରେ ରାଜକୁମାର ଲେଖିଛନ୍ତି, ‘ଆପଣ ବହୁତ ମନେ ପଡିବେ’।

ଆଉ ଏବେ ଅଭିନେତା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ପ୍ରମୋଟ କରିବାର ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି। ଗତକାଲି ଘୋଷଣା କରାଯାଇଛି ଯେ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ୨୪ ଜୁଲାଇ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ୍‌ ହେବ। ଏହାର ଠିକ୍‌ ତୁରନ୍ତ ପରେ ରାଜକୁମାର ନିଜ ଇନଷ୍ଟାଗ୍ରାମ ଆକାଉଣଣ୍ଟରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି।

 

View this post on Instagram

 

❤️

A post shared by RajKummar Rao (@rajkummar_rao) on


ସୁଶାନ୍ତଙ୍କ ଡେବ୍ୟୁ ଫିଲ୍ମ ‘କାଏ ପୋ ଛେ’ ଏବଂ ପରେ ରାବ୍‌ତା’ରେ ରାଜକୁମାର ସହ-କଳାକାର ରହିଥିବାବେଳେ ପୋଷ୍ଟରକୁ ଏକ ରେଡ୍‌ ହାର୍ଟ ଇମୋଜି ସହିତ ପୋଷ୍ଟ କରିଛନ୍ତି। ତେବେ ଏହିସବୁ ମଧ୍ୟରେ ସୁଶାନ୍ତଙ୍କ ଫିଲ୍ମ ଓଟିଟିରେ ରିଲିଜ୍‌ ହେବା କାରଣରୁ ସୋସିଆଲ ମିଡିଆ ୟୁଜର୍ସ ଅସନ୍ତୁଷ୍ଟ ଅଛନ୍ତି। ଫିଲ୍ମକୁ ସିନେମା ଘରେ ରିଲିଜ୍‌ କରିବା ପାଇଁ ଦାବି କରୁଛନ୍ତି ୟୁଜର୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.