Below header

କରୋନା ସ୍ଥିତି ଜଟିଳ ନେଇ NEET ଓ JEE ପରୀକ୍ଷା ପ୍ରଶ୍ନବାଚୀ

କେନ୍ଯୁଜ୍: ସିବିଏସ୍‌ଇ ଓ ଆଇସିଏସ୍‌ଇର ବାକି ଥିବା ସମସ୍ତ ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ । ଏବେ NEET ଓ JEE ପରୀକ୍ଷା ଉପରେ ନଜର । ଏହି ଦୁଇଟି ପରୀକ୍ଷା ହେବା ନା ବାତିଲ୍‌ ହେବ  ସେନେଇ କୌଣସି ସୂଚନା ମିଳିନାହିଁ । ପରୀକ୍ଷା ହେଲେ ପୂର୍ବ ନିର୍ଦ୍ଧାରତ ତାରିଖରେ ହେବ ନା ତାରିଖ ବଦଳିବ ? ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ କିପରି ଗୁରୁତ୍ୱ ଦିଆଯିବ ? ଏନେଇ ଅନେକ ପ୍ରଶ୍ନ ଉଠିଛି।

exam3ରିପୋର୍ଟ ଅନୁଯାୟୀ ପୂର୍ବରୁ ଜୁଲାଇ ୧୮ ରୁ ୨୬ ମଧ୍ୟରେ ଏହି ଦୁଇଟି ପରୀକ୍ଷା କରିବା ପାଇଁ ୟୁଜିସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଆଗରୁ ମଧ୍ୟ ଏହି ଦୁଇଟି ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିଲା । ଏପ୍ରିଲରେ ଜେଇଇ ମେନ୍‌-୨ ଓ ମେ’ରେ ନିଟ୍‌ ପ୍ରବେଶିକା ପରୀକ୍ଷା ହେବାର ଥିଲା । ହେଲେ ମାର୍ଚ୍ଚ ମାସରୁ କରୋନା ଉଗ୍ର ରୂପ ନେଇଥିବାରୁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ଏବେ ସ୍ଥିତି ଅଧିକ ଜଟିଳ ହେଉଥିବାରୁ ପରୀକ୍ଷା କିପରି ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.