ନୟାଗଡ଼ କଣ୍ଟିଲୋ ଅଞ୍ଚଳରୁ ୭ଟି ଗୋରୁ ବୋଝେଇ ଟ୍ରକ୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ, ୨ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଅଞ୍ଚଳରୁ ୭ଟି ଗୋରୁ ବୋଝେଇ ଟ୍ରକ୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ। ଏହା ସହିତ ୮୮ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କେତେକ ଗୋରୁ ବ୍ୟବସାୟୀ ପଶ୍ଚିମବଙ୍ଗକୁ ୭ଟି ଟ୍ରକ୍ ଓ ଗୋଟିଏ  ପିକ ଅପ୍ ଭ୍ୟାନରେ ଗୋରୁ ଚାଲାଣ କରୁଥିଲେ। ଏସଂପର୍କରେ ଖବର ପାଇ ଖଣ୍ଡପଡ଼ା ଥାନା ଆଇଆଇସି ଏବଂ  କଣ୍ଟିଲୋ ଫାଣ୍ଡିର ଏସଆଇ  କଣ୍ଟିଲୋ ଫାଣ୍ଡିର ବଡ଼ଭାଣପୁର ଅଞ୍ଚଳରେ ଥିବା ବାରଖୋଲ ଜଙ୍ଗଲରୁ ପହଁଚିଥିଲେ । ଗତକାଲି ବିଳମ୍ବିତ ରାତିରେ ଗୋରୁ ବୋଝେଇ ୭ଟି ଟ୍ରକ୍ ଓ ଗୋଟିଏ  ପିକ ଅପ୍ ଭ୍ୟାନ୍ ଜବତ କରିବା ସହ ୮୮ ଟି ଗୋରୁ ଉଦ୍ଧାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.