Below header

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବ ମନ୍ଦିର

ମହାଦେବଙ୍କୁ ଜଳଲାଗି କରିବା ପାଇଁ ଶିବାଳୟରେ କାଉଡିଆଙ୍କ ଭିଡ଼ ଲାଗିଛି । ଏଥିପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ବୋଲବମ୍‌ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ।

କେନ୍ୟୁଜ୍(ବ୍ୟୁରୋ):  ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ଶୈବପୀଠ । ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବ ମନ୍ଦିର । ମହାଦେବଙ୍କୁ ଜଳଲାଗି କରିବା ପାଇଁ ଶିବାଳୟରେ କାଉଡିଆଙ୍କ ଭିଡ଼ ଲାଗିଛି । ଏଥିପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ବୋଲବମ୍‌ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଯୋଡ଼ା ମାସ ହେତୁ ଆଜି ଓ ଆସନ୍ତା ୧୭ ତାରିଖ ଏବଂ ଅଗଷ୍ଟ ମାସ ୨୧ ଓ ୨୮ ତାରିଖ ସୋମବାର ଦିନ ବାବାଙ୍କ ପାଖରେ ଜଳ ଲାଗି କରିବେ ମାନସିକଧାରୀ । ଭୋର ୩ଟାରୁ ମନ୍ଦିର ଦ୍ୱାର ଫିଟା ଯାଇଥିଲା । ବିଭିନ୍ନ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ସାହାଣ ମେଲା ଦର୍ଶନ । ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ପ ବ୍ୟବସ୍ଥା କରାଯାଇଛି ।

ସେହିପରି ପୁରୀର ବାବା ଲୋକନାଥ, ଆଠଗଡ଼ର ବାବା ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣି ପୀଠ, କପିଳାସର ବାବା ଚନ୍ଦ୍ରଶେଖର, ନୟାଗଡ଼ ଶରଣକୂଳର ଲଡୁବାବା, କୋରାପୁଟର ଗୁପ୍ତେଶ୍ୱର, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ବଡମ୍ବାର ସିଂହନାଥ ଆଦି ମନ୍ଦିରରେ ଜଳ ଲାଗି କରିବାକୁ ବୋଲବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସେହିପରି ଶ୍ରାବଣ ପ୍ରଥମ ସୋମବାରରେ ମହାଦେବଙ୍କୁ ଦର୍ଶନ ପାଇଁ ସାଧାରଣ ଭକ୍ତ ଭିଡ଼ ହୋଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.