Below header

ଆସନ୍ତାକାଲିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ

ପୁରୀ: ଆସନ୍ତାକାଲିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ନେଗେଟିଭ ସାର୍ଟିଫିକେଟ ନଥିଲେ ମଧ୍ୟ କୋଭିଡ କଟକଣା ପାଇଁ ପ୍ରସ୍ତୁତ ହୋଇଥିବା ଏସଓପିକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ ପୂର୍ବରୁ ବହୁବାର ଦାବି ହୋଇ ଆସୁଥିଲା । ସାଙ୍ଗରେ ରିପୋର୍ଟ ନନେଇ ଆସିଥିବା ଭକ୍ତ କେବଳ ପତିତପାବନଙ୍କ ଦର୍ଶନ କରି ଫେରୁଥିଲେ ।

ଏବେ ସମସ୍ତ ଭକ୍ତ ବିନା ରିପୋର୍ଟରେ ଦର୍ଶନ କରିପାରିବେ । ପରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପୁରୀବାସୀଙ୍କ ପାଇଁ ସକାଳ ୬ ଟାରୁ ୭ଟା ସମୟ ମଧ୍ୟରେ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ସକାଳ ୭ଟାରୁ ଆରମ୍ଭ ହେବ ଦର୍ଶନ । ମର୍ଚ୍ଚିକୋଟ ଛକରୁ ଭକ୍ତମାନେ ବ୍ୟାରିକେଡିଂରେ ଆସି ହାତ ସାନିଟାଇଜ କରିବା ସହ ଶ୍ରୀମନ୍ଦିର ଭିତରେ ଦର୍ଶନ କରିବେ । ଭକ୍ତମାନେ ମନ୍ଦିର ପରିସରରେ ଥିବା କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.