Below header

ଆଜି ଶପଥ ନେବେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌, ରାତି ୧୦ଟାରେ ଜାତୀୟ ସଂଗୀତ ସହ କାର୍ଯ୍ୟକ୍ରମ ହେବ ଆରମ୍ଭ

ଆମେରିକା: ଆଜି ଶପଥ ନେବେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ । ତାଙ୍କ ସହ ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ଶପଥ ନେବେ । ବାଇଡେନ୍‌ଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ଜନ୍‌ ରବର୍ଟସ୍‌ । କମଲା ହାରିସ୍‌ଙ୍କୁ ଶପଥ ପାଠ କରାଇବେ ସୋନିଆ ସୋତୋମାୟର । ଭାରତୀୟ ସମୟ ଅନୁସାରେ ରାତି ୧୦ଟାରେ ଜାତୀୟ ସଂଗୀତ ସହ ଶପଥଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ରାତି ୧୦ଟା ୩୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ, କ୍ୟାପିଟଲ ହିଲ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କ୍ୟାପିଟଲ୍‌, ହ୍ଵାଇଟ୍‌ ହାଉସ୍‌ ଓ ଅନ୍ୟ ପ୍ରମୁଖ ବିଲ୍‌ଡିଂ ଗୁଡ଼ିକୁ ବ୍ୟାରିକେଡ୍‌ କରାଯାଇଛି । ଓ୍ଵାଶିଂଟନ୍‌ରେ ଲକ୍‌ଡାଉନ୍‌ ସହ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଲାଗିଛି । କୌଣସି ଅଘଟଣକୁ ନିଷ୍ଫଳ କରିବାକୁ ମୁତୟନ ହେବେ ୨୦ ହଜାର ସଶସ୍ତ୍ର ସୁରକ୍ଷାକର୍ମୀ । ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଉପସ୍ଥିତ ରହିବେ ନାହିଁ । କେବଳ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ ।

ଯେତିକି ଅତିଥି ଯୋଗ ଦେବେ, ସମସ୍ତଙ୍କ ମୁହଁରେ ମାସ୍କ ରହିବ । ୯୦ ମିନିଟ୍‌ର ସ୍ୱତନ୍ତ୍ର ମନୋରଞ୍ଜନ କାର୍ଯ୍ୟକ୍ରମରେ ଆମେରିକାର ପ୍ରସିଦ୍ଧ କଳାକାର କେକେ ପାମର, ଲେଡି ଗାଗା, ଟମ୍‌ ହାଙ୍କସ୍‌, ଡେମି ଲୋଭାଟୋ, ଜଷ୍ଟିନ୍‌ ଟିମ୍ବରଲେକ୍‌, ଜନ୍‌ ବନ୍‌ ଜୋବି ଏବଂ ଅନ୍ୟମାନେ ପରିବେଷଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.