Below header

ମଧ୍ୟପ୍ରଦେଶ ନିର୍ବାଚନ ଦାୟିତ୍ବରୁ ହଟିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର (କେନ୍ୟୁଜ୍) : ମଧ୍ୟପ୍ରଦେଶ ବିଜେପି ନିର୍ବାଚନ ଦାୟିତ୍ୱରୁ ହଟିଲେ ଧର୍ମେନ୍ଦ୍ର ପ୍ରଧାନ । ନିକଟରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ବେଳେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶ ବିଜେପିର ପ୍ରଭାରୀ ଭାବେ କାର‌୍ୟ୍ୟ ତୁଲାଇଥିଲେ । ହେଲେ ଲଗାତର ତିନି ଥର ଧରି ସରକାର ଗଠନ କରିଥିବା ବିଜେପି ଏଥର ମଧ୍ୟପ୍ରଦେଶରେ ନିର୍ବାଚନ ହାରିଯିବା ଘଟଣାକୁ ଗୁରୁତ୍ୱର ସହ ନେଇଛି ଦଳ। ଏହାପରେ ପ୍ରଭାରୀ ଦାୟିତ୍ୱରୁ ହଟାଇ ଦେଇଛି ଧର୍ମେନ୍ଦ୍ରଙ୍କୁ। ତାଙ୍କ ସ୍ଥାନରେ ସ୍ୱତନ୍ତ୍ର ଦେବ ସିଂହ ଓ ସତୀଶ ଉପାଧ୍ୟାୟଙ୍କୁ ଦିଆଯାଇଛି ଦାୟିତ୍ୱ ।

ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଦୃଷ୍ଟିରୁ ମଧ୍ୟପ୍ରଦେଶ ବିଜେପିର ପ୍ରଭାରୀ ଭାବେ ସ୍ୱତନ୍ତ୍ର ଦେବ ସିଂହ ଓ ସହପ୍ରଭାରୀ ଭାବେ ସତୀଶ ଉପାଧ୍ୟାୟ କାର‌୍ୟ୍ୟ କରିବେ। ଏ ସଂପର୍କରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ତଥା ବିଜେପି ମୁଖ୍ୟ କାର‌୍ୟ୍ୟାଳୟ ପ୍ରଭାରୀ ଅରୁଣ ସିଂହଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମଧ୍ୟପ୍ରଦେଶ ସମେତ ୧୮ଟି ରାଜ୍ୟ ପାଇଁ ଦଳର ପ୍ରଭରୀ ଓ ସହ-ପ୍ରଭାରୀଙ୍କୁ ନିଯୁକ୍ତି ଦିଆଯିବା ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି । ତେବେ ଓଡ଼ିଶା ପ୍ରଭାରୀ ଭାବେ ଅରୁଣ ସିଂ ଦାୟିତ୍ୱ ତୁଲାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.