Below header

କିଟ୍‌ରେ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୧୮ ଉଦ୍‌ଘାଟିତ

ଭୁବନେଶ୍ୱର (କେ ନ୍ୟୁଜ୍‌) : କିଟ୍‌ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହୋଇଛି ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୧୮ । ଏହି କ୍ରୀଡା ମହାକୁମ୍ଭରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ଖେଳାଳିମାନେ ତୀରନ୍ଦାଜୀ, ହକି, କବାଡ଼ି, ସଫ୍ଟ ଟେନିସ, ରୋପ ସ୍କିପିଙ୍ଗ ଆଦି ଖେଳରେ ପାରଦର୍ଶିତା ଦେଖାଇବେ । ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଶତାଧିକ ଖେଳାଳି ଏଥିରେ ଭାଗ ନେଉଛନ୍ତି । ଆସନ୍ତା ୨୯ ତାରିଖରେ ଏହି କ୍ରୀଡ଼ା ଉଦଯାପିତ ହେବ ।

KIIT SPORTS-2

KIIT SPORTS-3

ଆରମ୍ଭ ହେଲା ୬୪ ତମ ନ୍ୟାସନାଲ ସ୍କୁଲ ଗେମ ରଗବି ମିଟ୍‌

RUGBY-1

କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ୬୪ ତମ ନ୍ୟାସନାଲ ସ୍କୁଲ ଗେମ ରଗବି ମିଟ୍‌ ୨୦୧୮ । ଏହି ସ୍କୁଲ ଗେମରେ ବିହାର, ପଞ୍ଜାବ, ତେଲେଙ୍ଗାନା, ଓଡିଶା, ଛତିଶଗଡ, ମହାରାଷ୍ଟ୍ର, ଦିଲ୍ଲୀ,ଗୋଆ, ତାମିଲନାଡୁ,ଆନ୍ଧ୍ରପ୍ରଦେଶ, ଜମ୍ମୁ-କଶ୍ମୀର ଆଦି ରାଜ୍ୟର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ୧୨୦୦ ପ୍ରତିଯୋଗୀଙ୍କ ସହ ୧୦୦ ଅଫିସିଆଲ ମଧ୍ୟ ସାମିଲ ହୋଇଛନ୍ତି । ୧୪,୧୭ ଓ ୧୯ ବର୍ଷ ବୟସରୁ କମ ବାଳକବାଳିକାମାନେ ରଗବି ଖେଳରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ଡିସେମ୍ବର ୩୦ ତାରିଖରେ ଉଦଯାପିତ ହେବ ଏହି କାର୍ଯ୍ୟକ୍ରମ । ଉଦଘାଟନୀ ଉତ୍ସବରେ କିସ ଛାତ୍ରୀମାନଙ୍କ ତରଫରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା

RUGBY-3RUGBY-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.