Below header

କଟକ ଜିଲ୍ଲାର ଖୁଣ୍ଟିକଟା ଗ୍ରାମରେ ବ୍ଯାପୁଛି ଝାଡା ବାନ୍ତି, ୧୦୦ରୁ ଅଧିକ ଆକ୍ରାନ୍ତ

ନରସିଂହପୁର(କେନ୍ଯୁଜ୍): କଟକ ଜିଲ୍ଲା ବଡମ୍ବା ବ୍ଲକ ମାଣିଆବନ୍ଧ ଗୋଷ୍ଟୀ ସ୍ବାସ୍ଥ୍ଯ କେନ୍ଦ୍ର ଅଧିନସ୍ଥ ଖୁଣ୍ଟିକଟା ଗ୍ରାମରେ ବ୍ଯାପୁଛି ଝାଡା ବାନ୍ତି ରୋଗ | ସୂଚନା ମୁତାବକ ଗ୍ରାମର କାଚେରା ସାହିରେ ଥିବା ପାଖାପାଖି ୧୦୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏହାର କାରଣ ସଠିକ ଭାବେ ଜଣାପଡିନି। ଅନ୍ଯପଟେ ରୋଗର କାରଣ ଗ୍ରାମରେ ଥିବା ଏକ କୂଅରୁ ଲୋକମାନେ ପାଣି ବ୍ୟବାହାର କରି ଏହିପାରି ହୋଇଥିବାର ଅନୁମାନ କରାଯାଉଛି | ଖବର ପାଇ ସ୍ଥାନୀୟ ବିଧାୟକ ପହଞ୍ଚି ସ୍ଥିତି ପରଖିବା ସହ ସେହି ଗ୍ରାମକୁ ଡାକ୍ତରୀ ଦଳ ପଠାଇଛନ୍ତି। ଏଥିସହ ଲୋକମାନଙ୍କୁ କିଛି ଆର୍ଥିକ ସାହାଯ୍ଯ କରିଛନ୍ତି। ଡାକ୍ତରୀ ଟିମ୍ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାସହ କୂଅକୁ ବ୍ଲିଚିଂଗ କରାଯିବାସହ ପୁରା ଗ୍ରାମକୁ ବିଶୋଧନ କରାଯାଇ ନଜର ରଖାଯାଇଛି | ଏନେଇ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବିଧାୟକ କହିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.