ଚାକିରିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ଓଏଫ୍‌ଏସ୍‌ ଅଫିସରଙ୍କ ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ୍

ବଲାଙ୍ଗିର: ଚାକିରିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ଓଏଫ୍‌ଏସ୍‌ ଅଫିସରଙ୍କ ଆତ୍ମହତ୍ୟା । ଅଫିସର ଜଣଙ୍କ ଟିଟିଲାଗଡ଼ର ଅଭିଳାଷ ସ୍ୱରୂପ ମହାପାତ୍ର। ସେ ଆଜି ଓଏଫ୍‌ଏସ୍‌ ବା ଓଡ଼ିଶା ଫାଇନାନ୍ସ ସର୍ଭିସ୍‌ ଅଫିସର ଭାବେ କାର୍ଯ୍ୟରେ ଯୋଗଦେଇଥାନ୍ତେ । କିନ୍ତୁ ସେ ଗତକାଲି ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ, ତାଙ୍କ ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ।  ସେ ଭୁବନେଶ୍ୱର ଖଣ୍ଡଗିରି ଥାନା ଡୁମୁଡୁମା ଫେଜ୍‌-୪ରେ ପରିବାର ସହ ରହୁଥିଲେ । ପୂର୍ବରୁ ସେ ବ୍ୟାଙ୍କରେ ଚାକିରି କରୁଥିଲେ । କିଛି ମାସ ତଳେ ଓଏଫ୍‌ଏସ୍‌ ପାଇଥିଲେ । ହେଲେ ଚାକିରିର ଗୋଟିଏ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ଘରେ ନିଜକୁ ବନ୍ଦ କରି ଓଢଣୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ହେଲେ ଅଭିଳାଷ ଆତ୍ମହତ୍ୟା କଲେ କାହିଁକି ? ଏ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.