Below header

ପୁରୀବାସୀଙ୍କ ଚିନ୍ତା ବଢାଇଛି ଡାଇରିଆ: ଝାଡାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ପାଲଟିଛି ଦୂଷିତ ପାଣି

ପୁରୀ (କେନ୍ୟୁଜ): ପୁରୀବାସୀଙ୍କ ଚିନ୍ତା ବଢାଇଛି ଡାଇରିଆ । ଦିନକୁ ଦିନ ଅଣାୟତ ହେଉଛି ସ୍ଥିତି । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଝାଡାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ପାଲଟିଛି ଦୂଷିତ ପାଣି । ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ସ୍ୱାସ୍ଥ୍ୟ କର୍ମୀଙ୍କ ଜରିଆରେ ଘରକୁ ଘର ବୁଲି ଔଷଧ ଯୋଗାଣ ସହ ପାଣି ଫୁଟାଇ ପିଇବାକୁ ସଚେତନ କରାଯାଉଛି । ଆଶା ଦିଦି ମଧ୍ୟ ଡାଇରିଆ ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି ।

ଯେଉଁ ଅଞ୍ଚଳରେ ଡାଇରିଆ ବ୍ୟାପୁଛି ସେହି ଅଞ୍ଚଳରେ ପିଇବା ପାଣି ପରୀକ୍ଷା କରାଯାଉଛି l ପ୍ରତ୍ୟେକ ଘରକୁ ମେଡିକାଲ ଟିମ୍‌କୁ ପଠାଯାଇଛି l ସ୍ଥିତି ନିୟନ୍ତ୍ରଣରେ ଯେଭଳି ଆସିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । କିଛି ଦିନ ତଳେ ଜଣେ ସେବାୟତ ମହିଳା ବାସନ୍ତୀ ଦାସଙ୍କ ମୃତ୍ୟୁ ହୋଇଥିଲା । ଦୂଷିତ ପାଣି ପିଇ ପେଟ ରୋଗରେ ଆକ୍ରାନ୍ତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଦ୍ୱିତୀୟ ବ୍ୟକ୍ତି ପଦ୍ମଚରଣ ଖୁଣ୍ଟିଆ ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.